Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ନୀଳଚକ୍ର ୟୁଥ୍ ଟ୍ରଷ୍ଟ ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

Alok Kumar Mohapatra | 30 Jan 2026 | 9 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପ ରେ ବୃଦ୍ଧି ପାଇଛି ଦୂର୍ଘଟଣା । ଗତ ତିନିମାସ ମଧ୍ୟରେ ପାଖାପାଖି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଏଥିରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଯାହାକୁ ଲକ୍ଷ୍ୟ ରଖି ନୀଳଚକ୍ର ୟୁଥ୍ ଟ୍ରଷ୍ଟ ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ର ଅଧ୍ୟକ୍ଷ ଦେବ ମଣ୍ଡଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ପରାମର୍ଶଦାତା ଅରୁଣ କୁମାର ଓଝା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ପରିବହନ ଅଧିକାରୀ ଦୀପକ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗଦେଇ ଟ୍ରାଫିକ ନିୟମ ଓ ମଦ୍ୟପାନ କରି ଗାଡ଼ି ଚଳାଇବା ନିଜ ଜୀବନ ସହିତ ଅନ୍ୟ ମାନଙ୍କୁ ବିପଦ ରେ ପକାଉଥିବା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି କାବୁଲି ବାରିକ, ଲକ୍ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ, ନେହେରୁବଙ୍ଗଳା ସାମୁଦ୍ରିକ ଥାନା ଆଇଆଇସି ବବିତା ଦେହୁରୀ, ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଆଇଆଇସି କଲ୍ୟାଣୀମୟୀ ଷେଣ୍ଢ, ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ପାରାଦ୍ଵୀପ ଶାଖାର ସୁମନ ଭ‌ଉଣୀ, ସମାଜସେବୀ ସମିର ସାହୁ , ୯ ନମ୍ବର ଓ୍ବାର୍ଡ ର ପାରିଷଦ ସୁବ୍ରତ ପ୍ରଧାନ, ଶିଳ୍ପ ମନ୍ତ୍ରୀ ଙ୍କ ପାରାଦ୍ଵୀପ ପ୍ରତିନିଧି ସର୍ବେଶ୍ଵର ବଳିଆରସିଂ, ବିଜେଡି ଯୁବ ଯୁବ ସଭାପତି ଆଲୋକ ମହାପାତ୍ର, ସମାଜସେବୀ ପଙ୍କଜ ତରାଇ, ୮ ନମ୍ବର ଓ୍ବାର୍ଡ ର ପାରିଷଦ ଅଜିତ ଷଡ଼ଙ୍ଗୀ, ସମାଜସେବୀ ମଧୁମିତା ସାମଲ, ଡମ୍ଫର ସଂଘ ସଭାପତି ବିଜୟ ନାୟକ, ଅଠରବାଙ୍କି ବଜାର କମିଟି ସଭାପତି ମିଟୁ ବାବୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ପରିବହନ ଅଧିକାରୀ ଦୀପକ ସେଠୀ ସମସ୍ତଙ୍କୁ ରାସ୍ତା ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଥିଲେ । ପରେ ବିନା ହେଲମେଟ ଓ ବିନା ସିଟ୍ ବେଲ୍ଟ ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସୁରକ୍ଷା ମାନି ଗାଡ଼ି ଚଲାଇବା ପାଇଁ ସଚେତନ କରାଯାଇଥିଲା । ଶେଷରେ ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ବିଶ୍ବଭୂଷଣ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ତିନୋଟି ଟ୍ରକ୍ ମାଲିକ ସଂଘ ର ସଦସ୍ୟ, ଡମ୍ଫର ସଂଘ ର ସଦସ୍ୟ ଓ ବହୁ ଯୁବକ ସାମିଲ ହୋଇଥିଲେ ।