ନୀଳଚକ୍ର ୟୁଥ କ୍ଲବ ପକ୍ଷରୁ ବେଳାଭୂମି ସଫେଇ ।
pragyansila bureau | 28 Jan 2026 | 5 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ଏବେ ଚାଲିଛି ପର୍ଯ୍ୟଟନ ର ଋତୁ, ବନ୍ଦର ନଗରୀ ପାରାଦ୍ଵୀପ କୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳୁଛି । ନେହେରୁବଙ୍ଗଳା ମୁହାଣ ନିକଟରେ ବଣ ଭୋଜି କରିବା ସହିତ ପଥର ବନ୍ଧରେ ମହାନଦୀ ଓ ବଙ୍ଗୋପସାଗର ର ମିଳନ ସ୍ଥଳୀ ମୁହାଣ ର ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ମାତ୍ର ଏଠାରେ ବଣଭୋଜି ଓ ହଜାର ହଜାର ଲୋକ ଙ୍କ ଦ୍ଵାରା ସୃଷ୍ଟି ହେଉଥିବା ବର୍ଜ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳ ପ୍ରଦୁଷିତ ହେଉଛି। ଯାହାକୁ ଲକ୍ଷ୍ୟ ରଖି ପାରାଦ୍ଵୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନୀଳଚକ୍ର ୟୁଥ୍ ଟ୍ରଷ୍ଟ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଇଛି। ଯୁବ ପରିବେଶବିତ୍ ତଥା ସଂଗଠନ ର ଅଧ୍ୟକ୍ଷ ଦେବ ମଣ୍ଡଳ ଙ୍କ ନେତୃତ୍ବରେ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସଦସ୍ୟ ମୁନି ଛାଟୋଇ, ରାକେଶ କୁମାର ସାହୁ, ବଳରାମ ରାଉତ, ପ୍ରକାଶ ବାରିକ,ପରମ ବେହେରା,ସାମସୁନ୍ଦର ଦାସ,ସତିୟ ବ୍ରତ ଡାକୁଆ,ରାଜେଶ କୁମାର ସାହୁ,ରାଜୁ ମାଝୀ ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ୱ ସଦସ୍ୟ ସ୍ଥାନୀୟ ଅଞ୍ଚଳରେ ପଡ଼ିଥିବା ପ୍ଲାଷ୍ଟିକ, ଜରି ଓ ଆବର୍ଜନା କୁ ସଫା କରିବା ସହିତ ଉପସ୍ଥିତ ପର୍ଯ୍ୟଟକ ଓ ସ୍ଥାନୀୟ ଯୁବକ ଓ ମହିଳା ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ର ଦ୍ବାରା ସ୍ବାସ୍ଥ୍ୟ କ୍ଷେତ୍ରରେ ହେଉଥିବା କ୍ଷତି ଓ ପଲିଥିନ ଦ୍ବାରା ମାଟିର ଗୁଣବତା ହ୍ରାସ ସମ୍ପର୍କରେ ସଚେତନ କରାଇଥିଲେ ।
