Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ରକ୍ତ ଦେଇ ବୃଦ୍ଧଙ୍କ ଜୀବନ ବଞ୍ଚେଇଲେ ପୋଲିସ କନେଷ୍ଟବଳ

pragyansila bureau | 21 Jun 2025 | 7 min read | 8 views

ଜଗତସିଂହପୁର ( ପି.ଏନ. ଏସ ) : ପୋଲିସ ହେବ ତ ଏମିତି, ଯାହାର ସାଧାରଣ ଲୋକଙ୍କ ପାଇଁ ଖାଲି ଡିଉଟି କରିବା ନୁହେଁ ସାହାଯ୍ୟ କରିବାର ମଧ୍ୟ ମାନସିକତା ଥିବାର ଅନେକ ଆବଶ୍ୟକତା ରହିଛି | ଆଜି ଆମେ ଏମିତି ଜଣେ ପୋଲିସ କର୍ମଚାରୀ ଙ୍କ କଥା କହୁଛୁ ସେ ଖାଲି ଡିଉଟି କରିନାହାନ୍ତି ଜଣଙ୍କ ଜୀବନ ବଞ୍ଚେଇବା ପାଇଁ ଦଉଡି ଚାଲିଆସିଛନ୍ତି ସେ ପୁଣି ନିଜର ରକ୍ତ ଦେଇ |
ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗ ରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଶିବପ୍ରସାଦ ମହାନ୍ତି ଯିଏ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି । ସୂଚନା ମୁତାବକ କଟକ ଜିଲ୍ଲା ନିଆଳି ବ୍ଲକ୍‌ ସିଠାଳ ଅଞ୍ଚଳର ମହେଶ୍ୱର ଗୁଡଙ୍କ ଦେହ ଅସୁସ୍ଥ ଥିବାରୁ ଘର ଲୋକେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ | ମେଡିକାଲ ରେ ଭର୍ତ୍ତି କଲା ପରେ ଡାକ୍ତର ମହେଶ୍ୱରଙ୍କର ରକ୍ତ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ହେଲେ ବୁଦ୍ଧ ଙ୍କ ବ୍ଲଡ଼ ଗ୍ରୁପ ବି ନେଗେଟିଭ ହୋଇଥିବାରୁ ଏତେ ସହଜରେ ମିଳିନଥିଲା l ତେବେ ବାପାଙ୍କ ପାଇଁ ରକ୍ତ ଅତି ଆବଶ୍ୟକ ଥିବା ଡାକ୍ତର କହିବା ପରେ ପୁଅ ଚିନ୍ତାରେ ପଡ଼ିଥିଲେ। ସ୍ଥାନୀୟ ରକ୍ତ ଭଣ୍ଡାରକୁ ଯାଇ ଯୋଗାଯୋଗ କରିଥିଲେ ହେଲେ ରକ୍ତ ନ ଥିବା ଯୋଗୁ ଭାଙ୍ଗି ପଡ଼ିଥିଲେ। ଏହି ଘଟଣାର ଖବର ପାଇ ଜଗତସିଂହପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଃସ୍ୱାର୍ଥ ସେବା ସଂଗଠନ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମେଡିକାଲ ରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ରକ୍ତର ଆବଶ୍ୟକତା ଅଛି ବୋଲି ପୋଷ୍ଟ କରିଥିଲେ | ଏହାକୁ ଦେଖି ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଶିବପ୍ରସାଦ ମହାନ୍ତି ମେଡିକାଲରେ ପହଞ୍ଚି ରକ୍ତଦାନ କରିଥିଲେ। ଯାହା ଦ୍ୱାରା ବୃଦ୍ଧଙ୍କ ରକ୍ତ ର ଆବଶ୍ୟକତା ପୂରଣ ହୋଇଥିଲା | ତେବେ ଜଣେ ପୋଲିସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି |