ଟ୍ରକ ଚାପାରେ ସାଇକେଲ ଆରୋହୀ ମୃତ
Bureau report | 28 Jan 2026 | 4 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଲକ୍ ଥାନା ବିଶ୍ବାଳି ଗଡା ନିକଟରେ ଏକ ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସାଇକେଲ ଆରୋହୀ ମଳୟ ମାଝୀ ମୃତ। ମୃତକ ବିଶ୍ବାଳି ଗ୍ରାମର ଲୋକନାଥ ମାଝୀଙ୍କ ପୁଅ ହୋଇଥିବା ବେଳେ ସେ ପାରାଦ୍ଵୀପ ର ଏକ କମ୍ପାନୀ ରୁ କାମସାରି ଘରକୁ ଫେରୁଥିଲେ । ଏହି ସମୟରେ ପାରାଦ୍ଵୀପ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେବା ସହିତ ତାଙ୍କ ପେଟ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ ଥାନା ପୋଲିସ ପହଞ୍ଚି ଟ୍ରକ୍ ଚକା ତଳୁ ମୃତ ଦେହ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଛି। ଦୂର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡ଼ିକୁ ଜବତ କରିଛି। ଉତ୍ୟକ୍ତ ଲୋକଙ୍କ ଦ୍ବାରା ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା ଅବରୋଧ କରାଯାଇଛି। ତେବେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଗ୍ରାମବାସୀମାନେ ନିଜ ଜିଦ୍ ରେ ଅଟଳ ରହିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଛିଡ଼ା ହୋଇ ରହିଛି।
