ସିଦ୍ଧଳ ହାଇସ୍କୁଲ ପରିସରରେ ବନ୍ଧୁ ମିଳନ ।
Alok Kumar Mohapatra | 27 Jan 2026 | 7 min read | 12 views
ପାରାଦ୍ୱୀପ ( ପି.ଏନ. ଏସ ) : ୩୬ ବର୍ଷ ତଳେ ଏକାଠି ପାଠ ପଢ଼ୁଥିଲେ, ଖେଳୁଥିଲେ ଏବଂ ଏକାଠି ବୁଲୁଥିଲେ। ସ୍କୁଲ ପରେ ଭିନ୍ନ ଭିନ୍ନ କଲେଜ ଏବଂ ଭିନ୍ନ ଭିନ୍ନ କର୍ମ ସଂସ୍ଥାନ ସହିତ ସାଂସାରିକ ଜୀବନ ର ବ୍ୟସ୍ତ ବହୁଳ ସମୟ ରେ ଏକାଠି ହେବା କାଠିକର ପାଠ। ତେବେ ଦିର୍ଘ ୩୬ ବର୍ଷ ପରେ ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ର ସିଦ୍ଧଳ ହାଇସ୍କୁଲ ର ୧୯୯୦ ମସିହା ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ବର୍ଷ ପରେ ନିଜ ପିଲା ଛୁଆଙ୍କୁ ଧରି ସ୍କୁଲ ପରିସରରେ ସମସ୍ତ ସହପାଠୀ ଏକାଠି ହେବା ସହିତ ସ୍କୁଲ ସମୟର ସ୍ମୃତି କୁ ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ। ଏହି ବନ୍ଧୁ ମିଳନ କୁ ୧୯୯୦ ବ୍ୟାଚ୍ ର ଛାତ୍ର ରୁଦ୍ର ପ୍ରସାନ୍ନ ପତି, ତ୍ରୀଲୋଚନ ମହାରଣା, ଶତୃଘ୍ନ ଦାସ, ପ୍ରକାଶ ଦାସ, ବିଭୁଶିତ ଜେଠୀ , ତାରେକଶ୍ବର ପରିଡା, ସୁବ୍ରତ ମହାନ୍ତି, ଶୁଶାନ୍ତ ବେହେରା, ରଶ୍ମି ପ୍ରଭା ସାମନ୍ତରାୟ, ଧରିତ୍ରୀ ତ୍ରିପାଠୀ, ବିନୋଦିନୀ ନାୟକ, ଗୌରହରି ସାହୁ, ଅମୀୟବାଳା ତ୍ରୀପାଠୀ, ଶୁକାନ୍ତ ନାୟକ , ଜିତେନ୍ଦ୍ର ରଥ, ସୁଭ୍ରରାଜ ତ୍ରିପାଠୀ ପ୍ରମୁଖ ସମସ୍ତ ବନ୍ଧୁଙ୍କୁ ଯୋଗାଯୋଗ କରି ଏକାଠି କରିବାରେ ସଫଳ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସିଦ୍ଧେଶ୍ୱର ବାରିକ, ସୁରେଶ ଭୋଇ, ବନ୍ଦିତା ଜେନା, ସାବିତ୍ରୀ ଦାସ, ଲାବଣ୍ୟବତୀ ଦାସ, ନାରାୟଣ ରାଉତ, ଶ୍ରୀଧର ରଥ, ପ୍ରାନ୍ତ କିଶୋର ସାମନ୍ତରାୟ, ତରଙ୍ଗ ସେନ ପରିଡା, ବିଭୁତି ଚନ୍ଦ , ଅନନ୍ତ ଚନ୍ଦ , ଶିବ ବେହେରା , ସଞ୍ଜୁକ୍ତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ପ୍ରଥମାର୍ଦ୍ଧରେ ପରିବାର ସଦସ୍ୟ ଙ୍କ ପରିଚୟ , କର୍ମ ସଂସ୍ଥାନ ସମ୍ପର୍କରେ ସମସ୍ତ ସାଙ୍ଗମାନେ କହିବା ପରେ ଦ୍ବୀତିୟାର୍ଦ୍ଧ ରେ ନୃତ୍ୟ ଗୀତର ଆସର ଜମିଥିଲା । ଅନେକ ବର୍ଷପରେ ଏକାଠି ହୋଇଥିବା ସାଙ୍ଗମାନେ ସାରା ଦିନ ଖୁସିରେ କାଟିବା ସହିତ ଦୁଃଖ ସୁଖ ବାଣ୍ଟିଥିଲେ ।
