Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଶିକ୍ଷ୍ୟା କୁ ନେଇ ପାରାଦ୍ଵୀପ ରେ ଅନୁଷ୍ଠିତ ହେଲା ମିନି ମାରାଥନ। ।

Alok Kumar Mohapatra | 25 Jan 2026 | 9 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : କିଟ୍,କିସ୍ ପକ୍ଷରୁ ପାରାଦ୍ଵୀପ ରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଠମ ମିନି ମାରାଥନ। ସମସ୍ତଙ୍କ ପାଇଁ ଶିକ୍ଷା କୁ ନେଇ ଆୟୋଜିତ ହୋଇଥିବା ମିନି ମାରାଥନ୍ ମଧୁବନସ୍ଥିତ ମାଉସୀମା ଛକ ନିକଟରୁ ବାହାରି ପ୍ରାୟ ୩ କିଲୋମିଟର ସହର ପରିକ୍ରମା କରି ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲା । ଏହାକୁ ଆନୁଷ୍ଠାନିକ ଭାବରେ ପତକା ହଲାଇ ଉଦଘାଟନ କରିଥିଲେ ପୂର୍ବତନ ଭଲିବଲ୍ କୋଚ ତଥା ଜାତୀୟ ଭଲିବଲ୍ ଖେଳାଳି ସଞ୍ଜୟ କୁମାର ଦାସ, ଅନ୍ୟତମ ଅତିଥିଭାବେ ଏ.ସି କମର୍ସିଆଲ ର ବ୍ରାଞ୍ଚ ହେଡ ଅକ୍ଷୟ ଚନ୍ଦ୍ର ସୁତାର, ବରିଷ୍ଠ କ୍ରୀଡାବିତ୍ ଶାଶ୍ଵତ ଭାରତୀୟ, ସୁଶାନ୍ତ ଦାସ,ଗଲଫର ହରିହର ଦାସ, ବବଲୁ ସିକଦାର, ଗୋପବନ୍ଧୁ କ୍ରୀଡା ସଂସଦର ସଂପାଦକ ଧୁନଚନ୍ଦ୍ର ତରେଇ, ଗୋପବନ୍ଧୁ କ୍ରୀଡା ସଂସଦର ସଦସ୍ୟ ବିପ୍ଲବ କୁମାର ଯେନା ପ୍ରମୁଖ ଯୋଗଦେଇଥିଲେ। ଏହି ମିନି ମାରାଥନ୍ ର ଉଦଯାପନୀ ଉତ୍ସବ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ପୂର୍ବତନ ଭଲିବଲ୍ କୋଚ ସଞ୍ଜୟ ଦାସ ଯୋଗ ଦେଇଥିବା ବେଳେ ପୂର୍ବତନ ଗୋପବନ୍ଧୁ କ୍ରୀଡା ସଂସଦ ର ସମ୍ପାଦକ ରଞ୍ଜନ ରଶ୍ମି ବେଉରା, ଗୋପବନ୍ଧୁ କ୍ରୀଡା ସଂସଦର ସଦସ୍ୟ ବିପ୍ଲବ ଯେନା, ବରିଷ୍ଟ କ୍ରୀଡାବିତ୍ ଶାଶ୍ଵତ ଭାରତୀୟ ପ୍ରମୂଖ ଯୋଗ ଦେଇ କିଟ୍ କିସ୍ ଓ କିମସ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଙ୍କ ସମସ୍ତଙ୍କ ପାଇଁ ଶିକ୍ଷା କୁ ନେଇ ୨୦୧୬ ମସିହାରୁ ଆରମ୍ଭ କରିଥିବା ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷା ରୁ ବଞ୍ଚିତ ହେଉଥିବା ପିଲାମାନେ କିପରି ଆଗକୁ ଆସି ଶିକ୍ଷା ଗ୍ରହଣ କରି ନିଜେ କିପରି ଆଗକୁ ଯାଇପାରିବେ ତାହାର ମୂଳଦୁଆ ସ୍ଥାପନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଡ.ଅଚ୍ୟୁତ ସାମନ୍ତ। ବର୍ତମାନ କିଟ୍,କିସ୍ ରେ ଜନଜାତିର ପ୍ରାୟ ୩୦ ହଜାର ପିଲା ଖାଇବା, ରହିବା ସହ ମାଗଣା ପାଠ ପଢୁଥିବା ବେଳେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଚାକିରି କରିସାରିଲେଣି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଶେଷରେ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କଳିଙ୍ଗ ଟିଭି ର ପାରାଦୀପ ପ୍ରତିନିଧି ହରିଶ୍ଚନ୍ଦ୍ର ଲେଙ୍କା ଏବଂ କିଟ୍ ର ସଦସ୍ୟ ପ୍ରଦୀପ୍ତ ପଲେଇ ।