Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ଡମ୍ପର ମାଲିକ ସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Alok Kumar Mohapatra | 24 Jan 2026 | 6 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଡମ୍ପର ମାଲିକ ସଙ୍ଘ ପକ୍ଷରୁ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାର ଗଲ୍ଫ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ଷ୍ଟିଭେଡୋର ଲିମିଟେଡ(ଓଏସଏଲ) ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଙ୍ଘ ପକ୍ଷରୁ ଶ୍ରୀ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଭାପତି ବିଜୟ ନାୟକ (ସଦା) ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଷ୍ଟିଭେଡୋର୍ସ ସଂଘର ଉପସଭାପତି ଅକ୍ଷୟ ସୂତାର,ସମ୍ପାଦକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ,ଓଏସଏଲ ନିର୍ଦ୍ଧେଶକ ଚର୍ଚ୍ଚିତ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡମ୍ପର ଆସୋସିଏସନ ସମ୍ପାଦକ ସୁରଜ କୁମାର ବାରିକ,ଉପସଭାପତି ପ୍ରମୋଦ କୁମାର ନାୟକ,ସହକାରୀ ସମ୍ପାଦକ ପ୍ରମୋଦ କୁମାର ସାହୁ ଓ କୋଷାଧ୍ୟକ୍ଷ ଅଜୟ କୁମାର ସାମଲ,ନାରୀ ନେତ୍ରୀ ସବିତା ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ରାଜ ଇଭେଣ୍ଟସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ କୃତି ମହିଳା ସଦସ୍ୟା ଙ୍କୁ ୫ ହଜାର ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହ ସଙ୍ଘର ଉନ୍ନତି ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ କରାଯିବ ବୋଲି ଡମ୍ପର ଆସୋସିଏସନ ସଭାପତି ଶ୍ରୀ ନାୟକ ପ୍ରକାଶ ସୂଚନା ଦେଇଥିଲେ ।