ଚଣ୍ଡିଗଡ଼ ର ପ୍ରାଚୀନ କଳାକେନ୍ଦ୍ର ପକ୍ଷରୁ ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ 'ସଙ୍ଗୀତ ଧରା' ଉଦଯାପିତ ।
Alok Kumar Mohapatra | 24 Jan 2026 | 10 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ସର୍ବ ବୃହତ ସାଂସ୍କୃତିକ ଅନୁଷ୍ଠାନ ଭାରତର ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ ଦ୍ୱାରା ଆୟୋଜିତ "ସଙ୍ଗୀତ ଧାରା " ପାରାଦ୍ଵୀପ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଗରିକା କଳା ନିକେତନ ପରିସର ରେ ଦୁଇଦିନ ଧରି ଚାଲୁଥିବା ଉତ୍ସବ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ପାରାଦ୍ଵୀପ ବନ୍ଦର ପ୍ରାକ୍ତନ ସଚୀବ ପ୍ରଭାତ କୁମାର ନନ୍ଦ ଯୋଗ ଦେଇ ଓଡିଶାରେ ଭାରତୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳାର ପ୍ରସାର କ୍ଷେତ୍ରରେ ପ୍ରାଚୀନ କଳା କେନ୍ଦ୍ର, ଚଣ୍ଡିଗଡର ଅବଦାନ ଅତୂଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରାଚୀନ କଳା କେନ୍ଦ୍ରର ସଚୀବ ସଜଳ କୋଷ,ଅତିରିକ୍ତ ନିବନ୍ଧକ ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଥକ ନୃତ୍ୟାଙ୍ଗନା ଡ. ସମୀରା କୋଷ ଯୋଗ ଦେଇ ଭାରତରେ ପ୍ରାଚୀନ କଳା କେନ୍ଦ୍ର ଚଣ୍ଡିଗଡ ଦ୍ୱାରା ସାରା ଭାରତ ରେ ହୋଇଥିବା ପ୍ରଚାର ପ୍ରସାର ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାଚୀନ କଳାକେନ୍ଦ୍ର ର ଓଡ଼ିଶା ପ୍ରଭାରୀ ବ୍ୟୋମକେଶ ଜେନା ଯୋଗ ଦେଇ ଓଡିଶାର ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳା ସମ୍ପର୍କ ରେ ମୂଲ୍ୟବାନ ତଥ୍ଯ ଉପସ୍ଥାପନା କରିଥିଲେ। ଆରମ୍ଭରେ ଗୁରୁ ବିଜୟ କୁମାର ମାଛୁଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ମେଘ ମହ୍ଲାର କଳା ପରିଷଦ କଳାକାର। ଗୁରୁ ପ୍ରଭାତ କୁମାର ଶିଳ୍ପୀ ଓ ଗୁରୁ ଡମ୍ବରୁଧର ଓଝାଙ୍କ ବେହେଲା ଓ ତବଲାର ଯୁଗଳବନ୍ଦୀ ଓ ସାଗରିକା କଳା ନିକେତନ ଛାତ୍ର ପ୍ରଦୀପ କୁମାର ତରାଇ ଏକକ ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଭୁବନେଶ୍ବର ତ୍ରିଧାରା ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଗୁରୁ ଗଜେନ୍ଦ୍ର ପଣ୍ଡା ଙ୍କ ନିର୍ଦ୍ଦେଶିତ ନାଟିକା ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସାଗରିକା କଳା ନିକେତନ ର ଛାତ୍ରୀମାନେ ଗୁରୁ ସ୍ମୃତିକାନ୍ତ ଶର୍ମା ଙ୍କ ନିର୍ଦ୍ଦେଶନାରେ ଝୁମର ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ କଳା ନିକେତନର ସମ୍ପାଦକ ପ୍ରବୀର କୁମାର ସାହୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଚୀନ କଳା କେନ୍ଦ୍ର,ଆଂଚଳିକ ଅଧିକାରୀ ଜୟନ୍ତ କିଶୋର ରାୟ, ଗୁରୁ ପ୍ରଫୁଲ୍ଲ କୁମାର ନାୟକ,କଳା ନିକେତନର ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ। ଉଦ୍ଘାଟନ ଦିବସ ରେ ମୂଖ୍ୟ ଅତିଥି ଭାବେ ପାରାଦ୍ଵୀପ ବନ୍ଦର କତୃପକ୍ଷ ସଚିବ କ୍ରିଷ୍ଣା ବାପି ରାଜୁ, ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପୂର୍ବତନ ରେଜିଷ୍ଟ୍ରାର ତଥା ବର୍ତ୍ତମାନ ର କିଟସ ବିଶ୍ଵବିଦ୍ୟାଳୟ ର ଅନୁଶାସନ ସଚିବ ଅଭୟ କୁମାର ନାୟକ, ମୁଖ୍ୟ ବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପୂର୍ବତନ ସଂସ୍କୃତ ବିଭାଗ ମୁଖ୍ୟ ସୁବାଷ ଚନ୍ଦ୍ର ଦାସ ଅଂଶ ଗ୍ରହଣ କରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ,ସଂସ୍କୃତି ଓ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ ।
