ନାଉଗାଁ ବ୍ଳକରେ ପ୍ରଥମ ଧାନମଣ୍ଡି ଉଦଘାଟିତ ।
pragyansila bureau | 23 Jan 2026 | 3 min read | 17 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଜଗତସିଂହପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଥମ ଧାନମଣ୍ଡି ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା , ଯୋଗାଣ ଅଧିକାରୀ ପ୍ରଦୀପ୍ତ ନାୟକ, ସମିତିର ସଭାପତି ବସନ୍ତ କୁମାର ପାଢ଼ୀ ଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟିତ ଉତ୍ସବ ରେ ଡି.ଆର.ସି ପ୍ରଭାତ ଚନ୍ଦ୍ର ଶତପଥୀ, ଏସ.ଆର.ସି.ଏସ ରାଖଲ ଚନ୍ଦ୍ର ସାସ୍ମଲ, ସମିତି ସମ୍ପାଦକ ମଙ୍ଗଳାକାନ୍ତ ମହାନ୍ତିଙ୍କ ସହିତ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ୮ଜଣ ଚାଷୀଙ୍କ ଠାରୁ ୨୧୩ କୁଇଣ୍ଟାଲ ଧାନ କ୍ରୟ ପାଇଁ ସ୍ଥିର କରାଯାଇଥିବା ସୁଚନା ମିଳିଛି ।
ରିପୋର୍ଟ - ବୈଷ୍ଣବ ରାଉଳ
ରିପୋର୍ଟ - ବୈଷ୍ଣବ ରାଉଳ
