ଯୌତୁକ ନିଷେଧ ଅଧିନିୟମ ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ।
pragyansila bureau | 22 Jan 2026 | 10 min read | 5 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଯୌତୁକ ନିଷେଧ ଅଧିନିୟମ ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର" ଆୟୋଜନ କରାଯାଇଥିଲା । ଏହି ଶିବିର ରେ ସମ୍ମାନନୀୟ ଅତିଥି ଭାବେ ମେଡିକାଲ ଅଫିସର ଡ. ବାସନ୍ତୀ ପାଲ, ସହାୟକ ଜିଲ୍ଲାପାଳ ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ମୁଖ୍ୟ ଆଇନ ସହାୟକ ପ୍ରତିରକ୍ଷା ପରାମର୍ଶ ଦାତା ଭାବେ ଶ୍ରୀ D.N. ଆଚାର୍ଯ୍ୟ ଏବଂ SVM ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ଓ ସଭାପତି ରାଧାକୃଷ୍ଣ କ୍ଲବ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମଲ୍ଲ ଉପସ୍ଥିତ ଥିଲେ। ଆଜିର ମୁଖ୍ୟ ବିଷୟ ଯୌତୁକ ପ୍ରଥାର ସମାଜ ଚେତନା ଉପରେ କୁପ୍ରଭାବ ଏବଂ ଏଥି ସହିତ ସଂଯୁକ୍ତ ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତେ ନିଜର ମତ ପ୍ରକାଶ କରିଥିଲେ I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସମାଜର ଏହି କୁପ୍ରଥା ଯୋଗୁ ହେଉଥିବା କ୍ଷତି ଏବଂ ନାରୀ ମାନଙ୍କ ପ୍ରତି ନିର୍ଯାତନା ବିଷୟରେ ମତ ପ୍ରଦାନ କରିବା ସହ ନିଜେ ଶିକ୍ଷିତ ଓ ସଚେତନ ହେଲେ ସମାଜ ର ଏହି ବ୍ୟାଧି କୁ ଦୂର କରିହେବ ବୋଲି କହିଥିଲେ।ସହାୟକ ଜିଲ୍ଲାପାଳ ତୃପ୍ତିମୟୀ ପ୍ରଧାନ କିପରି ଏହି କୁପ୍ରଥା କୁ ଦୁରେଇବାକୁ ଚେଷ୍ଟା କରାଯିବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ସେଠୀ ଯୌତୁକ ଦ୍ଵାରା କିଶୋରୀ ବାଳିକା ଏବଂ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଓ ଏହାର ନିରାକରଣ ବିଷୟରେ ମତ ରଖିଥିଲେ । ଅଧ୍ୟାପିକା ଶ୍ରୀମତୀ ମହାନ୍ତି ଶିକ୍ଷା ମାଧ୍ୟମ ରେକିପରି କୁପ୍ରଥା କୁ ସମାଜରୁ ଦୂର କରି ହେବ ସେ ବିଷୟରେ ଆଲୋକ ପ୍ରଦାନ କଲେ। ବରିଷ୍ଠ ଆଇନ ସହାୟକ ସମସ୍ତ ନ୍ୟାୟିକ ବ୍ୟବସ୍ଥା ବିଷୟରେ ବୁଝାଇଲେ ଏବଂ ସରକାର ଓ ଭାରତୀୟ ନ୍ୟାୟ ସଂହିତା ର ଉପଯୁକ୍ତ ପ୍ରାବଧାନ ବିଷୟରେ ଅବଗତ କରାଇଲେ। ଏହି ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହିତ ସଭାକୁ ପରିଚାଳନା କରିଥିଲେ ଓ ସର୍ବ ଶେଷରେ ଉପ ବିଭାଗୀୟ ଅଧିକାରୀ ଶ୍ରୀମତୀ କବିତା ମୁର୍ମୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ସଭାରେ ସମସ୍ତ ସମନ୍ୱିତ ଶିଶୁ ଓ ମହିଳା ବିକାଶ ଅଧିକାରୀ ,ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନେ, ମହାବିଦ୍ୟାଳୟ ଛାତ୍ରୀ, , ଶକ୍ତି ସଦନ ର କାର୍ଯ୍ୟକାରୀ ମହିଳା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ । ଶିବିର ର ଫଳ ସ୍ୱରୂପ ସମସ୍ତ ଉପସ୍ଥିତ ବ୍ୟକ୍ତି ନିଜକୁ ଏ କୁପ୍ରଥାରୁ ରୁ ଦୂରେଇ ରଖିବା ଏବଂ ଏଥି ସହିତ ସମସ୍ତଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।
