ଧ୍ୱଂସ ପାଉଛି ଉପକୂଳ ବିସ୍ତିର୍ଣ ବେଳାଭୂମି ଝାଉଁ ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ ।
pragyansila bureau | 22 Jan 2026 | 13 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ଲୋପ ପାଉଛି ପାରାଦ୍ଵୀପ ଉପକୂଳ ରେ ରହିଥିବା ବିସ୍ତିର୍ଣ ବେଳାଭୂମି ଝାଉଁ ଜଙ୍ଗଲ, ଯାହା ଫଳରେ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ l ପାରାଦ୍ଵୀପ ଷଣ୍ଢକୁଦ ବସ୍ତିରେ ଘର ଭିତରକୁ ବିରଳ ପ୍ରଜାତିର ହରିଣ ପଶିଯିବା ର ଗୋଟିଏ ଦିନ ପୂରିନି ଢ଼ିଙ୍କିଆ ଯୋଗୀସାହି ନିକଟରେ କ୍ଷତାକ୍ତ ଅବସ୍ଥାରେ ପୁଣି ଏକ ହରିଣ ଉଦ୍ଧାର କରାଯାଇ ବନବିଭାଗ କୁ ହସ୍ତାନ୍ତର କରାଯାଇଛି l ଆଜି ଭୋର୍ ସକାଳୁ ଢ଼ିଙ୍କିଆ ପଞ୍ଚାୟତର ମାହାଳ ଯୋଗିସାହି ତୁଳସାମଠ ନିକଟରେ ବିଲରେ ବିଛା ଯାଇଥିବା ଜାଲରେ କ୍ଷତାକ୍ତ ଅବସ୍ଥାରେ ଏକ ହରିଣ ଛଟପଟ ହେଉଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ l ଖବର ପାଇ ପୋସ୍କୋ ଠାରୁ ଜିନ୍ଦଲ ପର୍ଯ୍ୟନ୍ତ ପ୍ରକଳ୍ପ ବିରୋଧୀ ତଥା ଜନ ଆନ୍ଦୋଳନକାରୀ ନେତା ଦେବେନ୍ଦ୍ର ସ୍ବାଇଁ ସଙ୍ଗେ ସଙ୍ଗେ ବନ ବିଭାଗ ସହିତ ଯୋଗାଯୋଗ କରିବା ପରେ ବନ ବିଭାଗର ଏକ ଟିମ ଯୋଗୀସାହି ରେ ପହଞ୍ଚି କ୍ଷତାକ୍ତ ହରିଣ ଟିକୁ ଉଦ୍ଧାର କରିଥିଲେ। ଢ଼ିଙ୍କିଆ ଚାରିଦେଶ ଅଞ୍ଚଳ ରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀ ପାଇଁ ବିସ୍ତିର୍ଣ ବେଳାଭୂମି ଝାଉଁ ଜଙ୍ଗଲ ଧ୍ବଂସ ପାଇବା ଫଳରେ ଢ଼ିଙ୍କିଆ ଚାରିଦେଶ ସହିତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ରେ ବାରମ୍ବାର ବନ୍ୟପ୍ରାଣୀ ମୃତ ଓ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛି । ଅତୀତରେ ଏହି ଅଞ୍ଚଳ ରୁ ବିରଳ ପ୍ରଜାତିର ଅନେକ ବାନ୍ୟଜନ୍ତୁ ଉଦ୍ଧାର କରାଯିବା ସହିତ ଅନେକ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯିବା ସହିତ ବନବିଭାଗ କୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ l ଏଥିପ୍ରତି ବନ ବିଭାଗ, ସରକାର୍ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ ନ କରିବା ଦୁଃଖ ଓ ପରିତାପର ବିଷୟ ପାଲଟିଛି।କମ୍ପାନୀ ପାଇଁ ସରକାର୍ ବୁଝାମଣା କରିବା ପୂର୍ବରୁ ଜଙ୍ଗଲ ଜମିରେ ରହୁଥିବା ନିରୀହ ବନ୍ୟପ୍ରାଣୀଙ୍କ ସ୍ଥାୟୀ ସୁରକ୍ଷା ପାଇଁ ସରକାର୍ କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିବା ସହିତ ନିରୀହ ବନ୍ୟପ୍ରାଣୀଙ୍କ ପାଟି ଫିଟୁନି ବୋଲି କଣ ସେମାନଙ୍କର ସୁରକ୍ଷା ବନ ବିଭାଗ ଓ ସରକାରଙ୍କ ଦାୟିତ୍ଵ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ l କମ୍ପାନୀ ପାଇଁ ଆଉ କେତେ ନୀରିହ ବନ୍ୟପ୍ରାଣୀଙ୍କୁ ବଳି ଦିଆଯିବ ଓ କେବେ ଜଙ୍ଗଲ ବିଭାଗ ର ନିଦ ଭାଙ୍ଗିବ ତାହା ସମୟ କହିବ l ଗୋଟିଏ ପଟେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ ଢ଼ିଙ୍କିଆ ଚାରିଦେଶକୁ ଚାଦର ଭଳି ଘୋଡାଇ ରଖିଥିବା ବିସ୍ତିର୍ଣ ବେଳାଭୂମି ଝାଉଁ ଜଙ୍ଗଲ କଟାଯିବା କାରଣ ରୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିବା ବେଳେ ଅନେକ ସମୟରେ ହିଂସ୍ରଜନ୍ତୁ ଙ୍କ ଆକ୍ରମଣ ରେ କ୍ଷତବିକ୍ଷତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଏହାକୁ ଲାଗି କଂସାରୀ ପାଟିଆ ଅଞ୍ଚଳ ର ବୃହତ ବେଳାଭୂମି ଝାଉଁ ଜଙ୍ଗଲ କୁ ରାସ୍ତା ନିର୍ମାଣ ଓ ଏନଆରଏଲ କମ୍ପାନୀ ର ପାଇପ ଲାଇନ ପାଇଁ ହଜାର ହଜାର ଝାଉଁଗଛ କଟାଯିବା ବେଳେ ଏହାର ସୁଯୋଗ୍ ନେଇ କାଠମାଫିଆ ଦିନରାତି ଜଙ୍ଗଲ କାଟି ପଦା କରିଦେବା ସହିତ ଏହି ସୁଯୋଗ ରେ ବାଲି ମାଫିଆ ମାନେ ଜଙ୍ଗଲ ସହିତ ସମୁଦ୍ର କୂଳରୁ ବାଲି ଲୁଟ କରିବା ଦ୍ୱାରା ବନ୍ୟଜନ୍ତୁ ମାନେ ଅସୁରକ୍ଷିତ ମଣିବା ସହିତ ଏଣେତେଣେ ବୁଲିବା ସହିତ ଜନବସତି ମୁହାଁ ହେଉଥିବା ଆଶଙ୍କା କରାଯାଉଛି l ସ୍ଥାନୀୟ ଅଞ୍ଚଳବାସି କମ୍ପାନୀ କୁ ସ୍ୱାଗତ କରୁଛନ୍ତି,ଶିଳ୍ପସଂସ୍ଥା ବଢିଲେ ସ୍ଥାନୀୟ ଅଞ୍ଚଳ ସହିତ ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ, କିନ୍ତୁ ଶିଳ୍ପପାଇଁ ଜଙ୍ଗଲ କଟାଯିବା ଫଳରେ ବିରଳ ପ୍ରଜାତିର ବନ୍ୟଜନ୍ତୁ ଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା କୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସି l ବାରମ୍ବାର ଏହି ଅଞ୍ଚଳ ରୁ ବିରଳ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଥିବା ରୁ ସ୍ଥାନୀୟ ବନବିଭାଗ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଢ଼ିଙ୍କିଆ ଚାରିଦେଶ ର ଜନସାଧାରଣ l
