Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଚକ୍ରଧରପୁର ଗ୍ରାମବାସୀଙ୍କ ଚେତାବନୀ ।

pragyansila bureau | 22 Jan 2026 | 7 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ଜମି ଦେଲୁ କମ୍ପାନୀ ହେଲା, ହେଲେ ଆମ ଦୁଃଖ ଶୁଣିଲେନି ଏଏମଏନଏସ ଅଧିକାରୀ କିମ୍ବା ପ୍ରଶାସନ l କମ୍ପାନୀ କର୍ତୃପକ୍ଷ ଓ ପ୍ରଶାସନ ଦେଉଛନ୍ତି ବାରମ୍ବାର ପ୍ରତିଶୃତି, ହେଲେ ଏହା କାର୍ଯ୍ୟକାରୀ ହେଉନି, ନିଜର ପୈତୃକ ସମ୍ପତ୍ତି କୁ ଶାଗମାଛ ଦାମରେ କମ୍ପାନୀ କୁ ଦେଲୁ, କମ୍ପାନୀ ତିଆରି ହେଲା,ଏଠି ବାହାର ରାଜ୍ୟ ର ଲୋକଙ୍କୁ ଆଣି କାମ ଦେଉଥିବା ବେଳେ ଆମର ପିଲାଛୁଆ ଙ୍କୁ ଚାକିରୀ ମିଳୁନି l ଯାହାକୁ ନେଇ ଆଜି ସକାଳୁ ପାରାଦୀପ ଗଡ଼ ଚକ୍ରଧର ପୁର ଗ୍ରାମ ନିକଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ର ନିର୍ମାଣଧୀନ ଟାଉନସିପ ଫାଟକ ନିକଟରେ ଧାରଣାରେ ବସି ରହିଛନ୍ତି ଗ୍ରାମବାସୀ l ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ପାରାଦୀପ ରେ ଏଏମଏନଏସ ନିର୍ମାଣ ପାଇଁ ଆମେ ଶାଗମାଛ ଦରରେ ଖୁବକମ ପଇସାରେ ପ୍ରଦାନ କରିଥଲୁ l କମ୍ପାନୀ ଆମ ପିଲାମାନଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦେଇଥିଲେ l କମ୍ପାନୀ କାମ ଚାଲିବା ପରେ ବାହାର ରାଜ୍ୟ ରୁ ଶ୍ରମିକ ଆଣି କାର୍ଯ୍ୟରେ ଲଗାଉଥିବା ବେଳେ ଆମ ଗ୍ରାମର ପିଲାମାନଙ୍କୁ ନିଯୁକ୍ତି ଦେଉନାହାନ୍ତି l ଯାହାକୁ ନେଇ ପୂର୍ବରୁ ଅନେକଥର ଗ୍ରାମବାସୀ ଧାରଣା ରେ ବସି ରହିବାପରେ ପ୍ରଶାସନ ଓ କମ୍ପାନୀ ଅଧିକାରୀ ଆଲୋଚନା କରିବା ସହିତ ଲେଖାପଢା କରି ଆମ ପିଲାମାନଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଛନ୍ତି l ହେଲେ ଏହାକୁ କାମରେ କରୁନାହାନ୍ତି, ଆଜି ହେବ କାଲିହେବ କହି ଆମ ଗ୍ରାମବାସୀ ଙ୍କ ସହିତ ଖେଳ ଖେଳୁଛନ୍ତି l ବହୁତ ହୋଇଗଲା ଆଉ କମ୍ପାନୀ ହେଉ କିମ୍ବା ପ୍ରଶାସନ ର କଥା କୁ ଶୂନିବୁନି, ଜେ ପର୍ଯ୍ୟନ୍ତ କମ୍ପାନୀ ଆମ ପିଲାଙ୍କୁ ନିଯୁକ୍ତି ଦେଇନି ଏବଂ ଆମ ଗ୍ରାମବାସୀ ଙ୍କ ଦାବି ପୂରଣ କରିନାହିଁ ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସି ରହିବାକୁ ଚେତାବନୀ ଦେଇଛନ୍ତି ଧାରଣାରତ ଚକ୍ରଧରପୁର ଗ୍ରାମବାସୀ l