Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଜଙ୍ଗଲ ଧୋନ୍ସlମୁଖୀ ସହର ଓ ଗାଁ ମୁହାଁ ବନ୍ୟଜନ୍ତୁ ।

Alok Kumar Mohapatra | 21 Jan 2026 | 4 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ଜଙ୍ଗଲ କଟାଯିବା ପରେ ସହର ଓ ବସ୍ତି ମୁହାଁ ବିରଳ ହରିଣ ଗତ ଦୁଇମାସ ଭିତରେ ଏକାଧିକ ବାର ବିରଳ ହରିଣ ପାରାଦ୍ଵୀପ ସହର ଓ ବସ୍ତି ଭିତରକୁ ପଶି ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳିଛି। ତେବେ ଆଜି ସକାଳୁ ଷଣ୍ଢକୁଦ ବସ୍ତି ଭିତରେ ଏକ ଅଣ୍ଡିରା ହରିଣ ପଶିଯିବା ସହିତ ଜଣଙ୍କ ଘର ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରି ସମୁଦ୍ର କୂଳ ଜଙ୍ଗଲ ରେ ଛାଡି ଦେଇଛନ୍ତି। ସୂଚନା ମୁତାବକ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିକଟରେ ଥିବା ବିସ୍ତୀର୍ଣ୍ଣ ଜଙ୍ଗଲ ଗୁଡିକ କଟାଯିବା ପରେ ଏହି ଜଙ୍ଗଲରେ ରହୁଥିବା ହରିଣ, ହନିବ୍ରାଜର, କୁଜି ହରିଣ, ହେଟାବାଘ, ଶିଆଳ ପ୍ରଭୃତି ବିରଳ ବନ୍ୟଜନ୍ତୁ ଏବେ ବାସହରା ହୋଇ ଗାଁ ଓ ସହର ମୁହାଁ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଗତ ଡିସେମ୍ବର ମାସରେ ପାରାଦ୍ଵୀପ ବନ୍ଦର ର ନିଷିଦ୍ଧାଞ୍ଚଳ ବର୍ଥ ପାଣିରେ ଏକ ହରିଣ ପହରୁଥିବା ବେଳେ ସ୍ଥାନୀୟ କର୍ମଚାରୀ ତାକୁ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଥିଲେ । ଏପରିକି ହରିଣ ଗୁଡ଼ିକ କୁକୁର କାମୁଡ଼ାରେ ମୃତ୍ୟୁ ମୁଖରେ ପଡୁଥିବା ମଧ୍ୟ ପୂର୍ବରୁ ନଜିର ମଧ୍ୟ ରହିଛି ।