କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଛିଣ୍ଡିଲା ବିଦ୍ୟୁତ ତାର, ଦୀର୍ଘ ସମୟ ଅଟକି ରହିଲା ଯାନବାହାନ ।
Alok Kumar Mohapatra | 21 Jan 2026 | 4 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ଛିଣ୍ଡି ପଡିଲା ୧୩୨ କେଭି ବିଦ୍ୟୁତ ତାର। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ପାରାଦୀପ କଟକ ମୁଖ୍ୟ ରାସ୍ତା ଦୋଛକି ନିକଟରେ ।ତେବେ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ବିପଦାପନ୍ନ ହେଉଛି ବୋଲି ସାଧାରଣରେ ଦାବି ହୋଇଛି । କୌଣସି ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ ତାର ଯାଇଥିଲେ, ଏହାର ତଳେ ତାର ଜାଲି ଲଗାଇବା କଥା ମାତ୍ର ବଦ୍ୟୁତ ବିଭାଗ ଏହାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । ତେବେ ଘଟଣା ପ୍ରଚାରିତ ହେବା ପରେ ଖବର ପାଇ ପୋଲିସ ପହଁଚି ଲୋକଙ୍କୁ ଅଟକାଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେବା ସହିତ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲା । ତେବେ ଘଟଣାକୁ ଅଧଘଣ୍ଟା ରୁ ଉର୍ଦ୍ଧ ସମୟ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ କୁ ବନ୍ଦ କରାଯାଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ ପହଞ୍ଚି ତାର କୁ ରାସ୍ତାରୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ଏଵଂ ନିଶ୍ଚିନ୍ତ ଭାବେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି ।
