ପାଳ ଗଦାରୁ ରୋଷେଇ ଘରେ ନିଆଁ ଲାଗି ଜଳିଗଲା ରିନୀ ।
Alok Kumar Mohapatra | 21 Jan 2026 | 7 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପରିବାରର ଏକ ମାତ୍ର ସାହା ଭରଷା ଚାଲିଗଲା ଆରପାରିକୁ, କୋଳରେ ଥିଲା ଅଢେଇ ମାସର ଶିଶୁପୁତ୍ର ଆଉ ଘରେ ଠିକ ଭାବରେ ଚାଲି ପାରୁନଥିବା ଶଶୁର ଓ କ୍ୟାନ୍ସର ରେ ପୀଡିତା ଶାଶୁ । ସ୍ୱାମୀ ସ୍ମୃତି ଏକ କମ୍ପାନୀରେ କାମ କରୁଥିଲେ । ସ୍ୱାମୀ କାମକୁ ଗଲା ପରେ ପୁରା ପରିବାରର ସାହାରା ସାଜିଥିଲା ରିନି । ହେଲେ ଦଇବ ସାଜିଲା ଦାଉ । କୁନି ପୁଅକୁ ଶଶୁର କୁ ଧରିବାକୁ ଦେଇ ରୋଷେଇ କରୁଥିଲା ରିନି । ସେ କଣ ଜାଣିଥିଲା ଆଜି ଦିନ ଟା ତାର ଶେଷ ଦିନ ପାଲଟି ଯିବ ବୋଲି । ହଠାତ ରୋଷେଇ ଘର ପାଖ ପାଳ ଗଦାରେ ନିଆଁ ଲାଗି ରୋଷେଇ ଘରକୁ ବ୍ୟାପି ଯାଇଥିଲା । ଆଉ ଦେଖୁ ଦେଖୁ ନିଆଁ ର ସେଇ କରାଳ ତେଜ ରେ ଜଳିଯାଇଥିଲା ରିନି ଆଉ ସମସ୍ତଙ୍କୁ ଛାଡି ଚାଲିଯାଇଥିଲା ଆରପାରିକୁ ।
ପାରାଦ୍ଵୀପ ଲକ୍ ଥାନା ଅଧିନ ପିପ୍ପଳ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପାଳଗଦାରେ ନିଆଁ ଲାଗି ଘର ସହିତ ନିଆଁ ରେ ପୋଡ଼ି ହୋଇ ଜଣେ ମହିଳା ମୃତ। ମୃତକ ମହିଳା ହେଲେ ରିନି କୁମାରୀ ଦଳାଇ। ଘଟଣାସ୍ଥଳରେ ସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘରେ ମୃତ ମହିଳା , ତାଙ୍କ ଏକ ଛୋଟ ଛୁଆ ଓ ଅସୁସ୍ଥ ଶଶୁର ଥିଲେ। ମହିଳା ଜଣଙ୍କ ଛୁଆଟିକୁ ଶଶୁରଙ୍କୁ ଦେଇ ଚାଳଘରେ ରୋଷେଇ କରୁଥିବା ବେଳେ ଅନ୍ୟମାନେ ବାହାରେ ଥିଲେ। ପ୍ରଥମେ କୌଣସି କାରଣରୁ ଚାଳ ଘର ନିକଟରେ ଥିବା ପାଳ ଗଦାରେ ନିଆଁ ଲାଗି ଚାଳ ଘରକୁ ଧରିଥିଲା ଏବଂ ଚାଳ ଘର ଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା । ସେହି ଚାଳ ଘରେ ରୋଷେଇ କରୁଥିବା ରିନି ପୋଡ଼ି ହୋଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ, ସେତବେଳକୁ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ, ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।