Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ।

Alok Kumar Mohapatra | 21 Jan 2026 | 7 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପୌର ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଜୟଦେବ ସଦନ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ବନ୍ଦେ ମାତରଂ ସାମୁହିକ ଗାନ, ସ୍ଵଦେଶୀ ସଂକଳ୍ପ ପତ୍ର ପାଠ କରାଯାଇଛି । ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ଏଵଂ ପାରାଦୀପ ପୌର ପରିଷଦ ପକ୍ଷରୁ ଆୟୋଜିତ ସମାରୋହ ରେ ପୌର ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ପୌରହିତ୍ୟ କରିବା ସହିତ ଏହାର ଉଦ୍ଦେଶ୍ୟ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ତଥା ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ବନ୍ଦେ ମାତରଂ ର ମହତ୍ତ୍ଵ ବିଷୟ ରେ ବୁଝାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ସମାଜ ସେବୀ ବିଜୟ କୁମାର ନାୟକ ଯୋଗ ଦେଇ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ର ୧୫୦ ତମ ଜୟନ୍ତୀ ସମ୍ପର୍କ ରେ ଆଲୋଚନା କରିବା ସହ ଏହା କିପରି ଭାରତ ର ସ୍ଵାଧୀନତା ସମୟରେ କିପରି ଲୋକ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲା ତାହା ଉପରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାରାଦ୍ଵୀପ କଲେଜ ଅଧ୍ୟକ୍ଷା ଡଃ ସସ୍ମିତା ଶତପଥୀ, ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ଵର ବଳିଆର ସିଂହ, ଡେପୁଟି କଲେକ୍ଟର ସୟେଦା ନୟେଲା ଓ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗ ଦେଇ ବନ୍ଦେ ମାତରଂ ର ଗୁରୁତ୍ଵ ଓ ଏହାର ସଠିକ ଉଚ୍ଚାରଣ ସମ୍ପର୍କ ରେ ବୁଝାଇଥିଲେ। ପୌର ପରିଷଦ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ, କଲେଜ ସ୍ତରୀୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ହୋଇଥିବା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୌର ପରିଷଦ ର ସମସ୍ତ ପାରିଷଦ,ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ ।