ସାମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ ।
Alok Kumar Mohapatra | 20 Jan 2026 | 6 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଜଣାଶୁଣା କାର୍ଯ୍ୟରତ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟଙ୍କ ପିତା ତଥା ପାରାଦ୍ଵୀପ ବନ୍ଦରର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ର ୯୨ ବର୍ଷ ବୟସରେ ନିଜ ଜନ୍ମ ମାଟି କଟକ ଜିଲ୍ଲା ଅରିଲୋ ଶାସନ ଗ୍ରାମସ୍ଥିତ ବାସ ଭବନରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ସବୁ ଦିନ ଭଳି ରାତିରେ ଖାଇ ଖଟରେ ଶୋଇଥିବା ବେଳେ ମଙ୍ଗଳବାର ସକାଳେ ଆକସ୍ମିକ ଭାବେ ଖଟରୁ ତଳକୁ ଖସି ପଡ଼ି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଏ l ଏଭଳି ଦୁଃଖଦ ଖବର ପାଇବା ପରେ ସ୍ବର୍ଗତ ଆଚାର୍ଯ୍ୟଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ତାଙ୍କ ବାସ ଭବନରେ ଜ୍ଞାତି, ସହୋଦର,ଶୁଭେଚ୍ଛୁ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଳି ଦେଖିବାକୁ ମିଳିଥିଲା । ପାରମ୍ପରିକ ରିତି ଅନୁଯାୟୀ ଭାଇ,ବନ୍ଧୁ,ଜ୍ଞାତି ସହୋଦର ଙ୍କ ଗହଣରେ ଗ୍ରାମ ଶ୍ମଶାନରେ ତାଙ୍କ୍ ଅନ୍ତିମ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଚନ୍ଦ୍ର ଶେଖର ଆଚାର୍ଯ୍ୟ (ପାପୁ) ମୂଖାଗ୍ନି ଦେଇଥିଲେ । ପାରାଦୀପ ବନ୍ଦରରେ ଜଣେ ବରିଷ୍ଠ ଅଧିକାରୀ ଭାବେ ବେଶ ଲମ୍ବା ସମୟ ଧରି ଚାକିରି କରି ଅବସର ନେଇଥିବା ସ୍ବର୍ଗତ ଆଚାର୍ଯ୍ୟ ଜଣେ ସମୟାନୁବର୍ତ୍ତୀ,କର୍ତ୍ତବ୍ୟପରାୟଣ,ନିଷ୍ଠାବାନ,ସଚ୍ଚୋଟ,ପରୋପକାରୀ,ସ୍ନେହୀ,ମିଷ୍ଟଭାଷୀ,ଧର୍ମ ପରାୟଣ ବ୍ୟକ୍ତି ଭାବେ ସର୍ବସାଧାରଣ ରେ ସୁପରିଚିତ ଥିଲେ । ତାଙ୍କ୍ ବିୟୋଗରେ ବନ୍ଦରାଞ୍ଚଳ ସମେତ ତାଙ୍କ୍ ଗ୍ରାମ ତଥା ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି ।
