Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଆନ୍ଦୋଳନ ରୁ ଓହରିଲା ଜଗତସିଂହପୁର ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ l

Alok Kumar Mohapatra | 19 Jan 2026 | 5 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରଶାସନ ର ହସ୍ତକ୍ଷେପ ପରେ ଆନ୍ଦୋଳନ ରୁ ଓହରିଲା ଜଗତସିଂହପୁର ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ l ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ବସ ଯୋଜନାରେ ରୁଟ୍ ପରିବର୍ତ୍ତନ କରାଯିବା ସହିତ ପ୍ରତ୍ୟେକ ଗାଁ ରୁ ସଦର ମହକୁମା କୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯିଵା ସହିତ ଗାଁ ରୁ ବସ ଗଡ଼ିବା କାରଣରୁ ଘରୋଇ ବସ ରେ ବ୍ୟବସାୟ କମିବା ସହିତ ମାଲିକ ମାନେ କ୍ଷତି ର ସମ୍ମୁଖୀନ ହେଉଛନ୍ତି l ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ର ନୂତନ ରୁଟ୍ ପରିବର୍ତ୍ତନ କରିବାକୁ ଦାବିକରି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜିଲ୍ଲା ରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଆଯାଇଥିବା ନିଷ୍ପତ୍ତି କୁ ପାରାଦ୍ଵୀପ ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇବା ସହିତ ଆଜିଠାରୁ ବସ ଚଳାଚଳ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ l ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାପାଳ ଘରୋଇ ବସ ମାଲିକ ସଙ୍ଘ ସହିତ ଆଲୋଚନା କରିବା ପରେ ବସ ଚଳାଚଳ ସ୍ୱାଭାବିକ ରହିବା ସହିତ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଘରୋଇ ବସ ମାଲିକ ସଙ୍ଘ ସହିତ ଆଲୋଚନା ଥିବା ନେଇ ପାରାଦ୍ଵୀପ ଘରୋଇ ମାଲିକ ସଙ୍ଘର ସଭାପତି କହିଛନ୍ତି ।