ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଆନ୍ତଃ ବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଉଦଯାପିତ ।
Alok Kumar Mohapatra | 19 Jan 2026 | 5 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ର ସାଂସ୍କୃତିକ ଅନୁଷ୍ଠାନ ଜଗନ୍ନାଥ ଲଳିତ କଳା ସଂସଦ ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ଠାରେ ୬ ଦିନ ଧରି ଚାଲିଥିବା ଆନ୍ତଃ ବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ୨୦୨୬ ରବିବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି l ଚଳିତ ମାସ ଜାନୁଆରୀ ୧୩ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମହୋତ୍ସବରେ ପାରାଦୀପରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅଭିନିତ ଶିଶୁନାଟକ ଗୁଡ଼ିକ ଦର୍ଶକଙ୍କୁ ବେସ ଆକର୍ଷିତ କରିଥିବା ବେଳେ ସମସ୍ତ ନାଟକଗୁଡିକ ଶିକ୍ଷା ଓ ସମାଜକୁ ବାର୍ତ୍ତା ଦେଲାଭଳି ପରିବେଷଣ କରାଯାଇଥିଲା । ଜଗନ୍ନାଥ ଲଳିତ କଳା ସଂସଦର ଏଭଳି ପ୍ରୟାସ କୁ ଭୃୟସୀ ପ୍ରଶଂସା ମିଳୁଥିବା ବେଳେ ଏହି ସାଂସ୍କୃତିକ ମହୋତ୍ସବ କୁ ଜଗନ୍ନାଥ ଲଳିତ କଳା ସଂସଦ ର ସଭାପତି କ୍ୟାପଟେନ ଅଲେଖ ଚରଣ ସାହୁ, କାର୍ଯ୍ୟକାରୀ ସଭାପତି ରୁଦ୍ର ନାରାୟଣ ମିଶ୍ର ଓ ସମ୍ପାଦକ ପ୍ରଶାନ୍ତ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ଦୁଇଗୋଟି ବିଦ୍ୟାଳୟକୁ ନେଇ ନାଟକ ପରିବେଷଣ କରାଯାଇଥିବା ବେଳେ ମଞ୍ଚ ପରିଚାଳନାରେ ଥିଲେ ହେମନ୍ତ କୁମାର ମାଝୀ ଓ ଗୁରୁ ନିରଞ୍ଜନ ଗାନ୍।
