ସରକାରଙ୍କ ନୂତନ ଟ୍ରାଫିକ ନିୟମ ରେ ଉଭୟ ଟ୍ୟାକ୍ସି ମାଲିକ ଓ ଚାଳକ ହନ୍ତସନ୍ତ ।
Alok Kumar Mohapatra | 19 Jan 2026 | 7 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ସରକାରଙ୍କ ନୂତନ ଟ୍ରାଫିକ ନିୟମ ରେ ଉଭୟ ଟ୍ୟାକ୍ସି ମାଲିକ ଓ ଚାଳକ ହନ୍ତସନ୍ତ ହେଉଛନ୍ତି l ରାଜରାସ୍ତା ର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସ୍ପିଡ଼ ଲିମିଟ ଫଳକ ରେ ଯାହା ନିର୍ଧାରିତ ହୋଇଛି ତାହାର ଓଲଟା ଫାଇନ ଦେଉଛନ୍ତି ଟ୍ୟାକ୍ସି ମାଲିକ l ପାରାଦ୍ଵୀପ ଗଲ୍ଫ ଫିଲଡରେ ଟ୍ୟାକ୍ସି ମାଲିକ ମାନଙ୍କୁ ନେଇ ଗଠିତ ପି ଟୁ ବି ଟ୍ୟାକ୍ସି ଆସୋଏସିସନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ଏହିଭଳି କଥା କହିଛନ୍ତି ଆସୋସିଏସନ ର କର୍ମକର୍ତ୍ତା l ଦୁଇବର୍ଷ ହେବ ପାରାଦୀପ ସହିତ ଆଖପାଖ ଜିଲ୍ଲା ର ଟ୍ୟାକ୍ସି ମାଲିକ ମାନଙ୍କୁ ନେଇ ଗଠିତ ହୋଇଛି ପି ଟୁ ବି ଟ୍ୟାକ୍ସି ଆସୋସିଏଏସନ, ଯାହାକୁ ନେଇ ଦ୍ଵିତୀୟ ବାର୍ଷିକ ଉତ୍ସବ ରେ ସମସ୍ତ ଟ୍ୟାକ୍ସି ମାଲିକ ମାନେ ଯୋଗଦେବା ସହିତ ରାଜରାସ୍ତା ରେ ଟ୍ୟାକ୍ସି ଚାଳନା ବେଳେ ଭୋଗୁଥିବା ସମସ୍ୟା ଗୁଡିକ ବିଷୟରେ ଆଲୋକପାତ କରିଛନ୍ତି l ଯେପରିକି ପାରାଦୀପ ରୁ ରାଜ୍ୟର ବିଭିନ୍ନ ସହର କୁ ଟ୍ୟାକ୍ସି ନେଇ ଯାଉଥିବା ଚାଳକ ମାନେ ରାତ୍ରି ଯାପନ କରିବା ହେଉ କିମ୍ବା ଶୌଚାଳୟ ହେଉ ଏ ନେଇ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା ନ ଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ଯଦି କୌଣସି କାରଣବସତ ଗାଡିଚାଲନା ବେଳେ ଦୁର୍ଘଟଣା ର ସମ୍ମୁଖୀନ ହୁଅନ୍ତି ତେବେ ସାଧାରଣ ଲୋକଙ୍କ ଆକ୍ରୋଶ ର ଶିକାର ହେବା ସହିତ ସରକାରଙ୍କ ନୂତନ ଟ୍ରାଫିକ ନୀତିନିୟମ କୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ଟ୍ୟାକ୍ସି ମାଲିକ l ଯାହାକୁ ନେଇ ଆଗାମୀ ଦିନରେ ଟ୍ୟାକ୍ସି ଚାଳକ କିମ୍ବା ମାଲିକ ମାନଙ୍କସମସ୍ୟା କୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ପାରାଦୀପ ରେ ରହିଥିବା ପି ଟୁ ବି ଟ୍ୟାକ୍ସି ଆସୋସିଏସନ ପାଇଁ ଏକ କାର୍ଯ୍ୟାଳୟ ନିମନ୍ତେ ସ୍ଥାନୀୟ ପ୍ରଶାସନ କୁ ଦାବିପତ୍ର ପ୍ରଦାନ ସହିତ ଅନୁରୋଧ କରାଯିବା ନେଇ ଗଲ୍ଫ ଫିଲଡ ରେ ଅନୁଷ୍ଠିତ ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ କହିଛନ୍ତି ପି ଟୁ ବି ଟ୍ୟାକ୍ସି ଆସୋସିଏସନ ର କର୍ମକର୍ତ୍ତା l
