ପ୍ରତିଦିନ ନୃଶଂସ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ନନ୍ଦିନୀ ଗୁରୁତର ଆହତ ।
Alok Kumar Mohapatra | 17 Jan 2026 | 5 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ସ୍ବାମୀର ଅମାନୁଷିକ କାଣ୍ଡ। ବାରମ୍ବାର ପତ୍ନୀ ର ଚରିତ୍ର କୁ ନେଇ ସନ୍ଦେହ କରୁଥିବା ମଦ୍ୟପ ସ୍ବାମୀ ଶେଷରେ ଟାଙ୍ଗିଆ ସାହାଯ୍ୟରେ ପତ୍ନୀ ନନ୍ଦୀନୀ କୁ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ପତ୍ନୀର ଚିତ୍କାର ଶୁଣି ସାହି ପଡିଶା ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ନନ୍ଦିନୀ କୁ ମେଡିକାଲ ଆଣିବା ସହିତ ପାରଦୀପ ଆଦର୍ଶ ଥାନା ପୋଲିସ କୁ ଖବର ଦେଇଥିଲେ। ସୂଚନା ମୁତାବକ ଯାଜପୁର ଜିଲ୍ଲାର ଟୁକୁନା ମଲ୍ଲିକ ନିଜ ପିଲାଛୁଆ ଙ୍କୁ ଧରି କିଛି ବର୍ଷ ହେବ ପାରଦ୍ଵୀପ ର ସିନେମା ହଲ ସାମ୍ନା ୧୫ ନମ୍ବର ୱାର୍ଡ ବସ୍ତିରେ ରହିବା ସହିତ ସ୍ଥାନୀୟ ଶିଳ୍ପ ସଂସ୍ଥାରେ ଶ୍ରମିକ ଭାବରେ କାର୍ଯ୍ୟ କରେ । ତେବେ ଆଜି ସକାଳ ସମୟରେ ଟୁକୁନା ମଦ ପିଇ ନିଜ ପତ୍ନୀ କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ନିଶାସକ୍ତ ଅବସ୍ଥାରେ ଏକ ଟାଙ୍ଗିଆ ସାହଯ୍ୟରେ ପତ୍ନୀ ନନ୍ଦିନୀକୁ ଆକ୍ରମଣ କରିବାରୁ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ନନ୍ଦିନୀର ଚିକ୍କାର ଶୁଣି ସାହି ପଡିଶା ଲୋକେ ତୁରନ୍ତ ନନ୍ଦିନୀକୁ ଉଦ୍ଧାର କରି ଅଠରବାଙ୍କି ମେଡିକାଲକୁ ନେଇଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଟୁକୁନାକୁ ଥାନାକୁ ଆଣି ଅଟକ ରଖିବା ସହିତ ପଚରାଉଚରା ଜାରି ରଖିଛି ।
