ଅଗ୍ନିଶମ ବାହିନୀ ପକ୍ଷରୁ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ।
Alok Kumar Mohapatra | 17 Jan 2026 | 6 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଉପକଣ୍ଠ ଭୁତମୁଣ୍ଡାଇ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କୁଜଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ନିରାପତ୍ତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନ କରାଯାଇଥିଲା । କୁଜଙ୍ଗ ଅଗ୍ନିଶମ ବାହିନୀ ଅଧିକାରୀ କାର୍ତ୍ତିକ କୁମାର ବିଶ୍ଵାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଗ୍ନିକାଣ୍ଡ ସମୟରେ କେମିତି ନିଜକୁ ସୁରକ୍ଷିତ ରଖିବେ ଓ ନିଆଁକୁ ଆୟତ୍ତ କରିବେ, ସେଥିପାଇଁ ଏକ ଅଭ୍ୟାସ କୌଶଳ କରାଯାଇଥିଲା ।
ଏହି ସଚେତନତା କାର୍ଯକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ଅପରାଜିତା ସ୍ୱାଇଁ ଓ ବରିଷ୍ଠ ଗୁରୁଜୀ ବସନ୍ତ ପରିଡ଼ା,ଦିଲ୍ଲୀପ ତରାଇ,ସରୋଜ ସ୍ବାଇଁ,ନୃସିଂହ ସାମଲ,ପ୍ରକାଶ ସ୍ବାଇଁ ଙ୍କ ସମେତ ବହୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବନ୍ୟା, ବାତ୍ୟା, ଭୂମିକମ୍ପ ଓ ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କଣ କରିବା ଉଚିତ୍, ସେ ବିଷୟରେ ଆଲୋଚନା କରାଯାଇଥିଲା । ଘରେ ବ୍ୟବହୃତ ରାନ୍ଧଣା ଗ୍ୟାସ୍ ଲିକ୍ ହେଲେ ବା ନିଆଁ ଲାଗିଲେ କେମିତି ତୁରନ୍ତ ନିଆଁକୁ ଆୟତ୍ତ କରିହେବ, ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଡେମୋ ମାଧ୍ୟମରେ ବୁଝାଇ ଦିଆଯାଇଥିଲା । ଏହା ସହ ଆଖପାଖରେ ଅଗ୍ନିକାଣ୍ଡ ଘଟିଲେ ପ୍ରଥମେ ସରକାରଙ୍କ ହେଲ୍ପଲାଇନ୍ ନମ୍ବର ୧୧୨କୁ ତୁରନ୍ତ ଯୋଗାଯୋଗ କରି ଘଟଣା ବିଷୟରେ ସୂଚନା ଦେବାକୁ ଅଗ୍ନିଶମ ଅଧିକାରୀ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ସଚେତନ କରିଥିଲେ ।