ପାରାଦ୍ୱୀପ ଯୋଗ ଦିବସରେ ଭାଗ ନେଲେ ଶିଳ୍ପ ମନ୍ତ୍ରୀ ଓ ବନ୍ଦର ଅଧକ୍ଷ
pragyansila bureau | 21 Jun 2025 | 6 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପ ର ବିଭିନ୍ନ ସରକାରୀ ଦପ୍ତର ଓ ବେସରକାରୀ ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହେବା ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ ଶିକ୍ଷା କରିଥିଲେ। ପାରାଦ୍ଵୀପ ମ୍ୟୁନିସିପାଲଟି ପକ୍ଷରୁ ସମୁଦ୍ର କୂଳ ବିଜୁ ମଇଦାନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଇଫକୋ ଜନ ସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ଙ୍କ ସମେତ ବହୁ ବିଶିଷ୍ଟ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଯୋଗ ର ଉପକାରୀ ତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସେହିପରି ପାରାଦ୍ଵୀପ ବନ୍ଦର ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିବା ସହିତ ସୁସ୍ଥ ଶରୀର ପାଇଁ ଯୋଗର ଉପକାରିତା ସଂପର୍କରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ଦର ର ବିଭିନ୍ନ ବିଭାଗର କର୍ମଚାରୀ, ସିଆଇଏସଏଫ କର୍ମଚାରୀ ଓ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିବା ବେଳେ, ଯୋଗ ଗୁରୁ ତାପସ ରଞ୍ଜନ ପତି ଯୋଗ ଶିକ୍ଷା ଦେଇଥିଲେ।
