Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପ ଶାରଳା ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ

Bureau report | 01 Jun 2025 | 3 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ବନ୍ଦର ନଗରୀ ପାରାଦୀପରେ ବଡ ଧୂମ, ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ବଡପଡିଆ ନିକଟସୁ ପାରେଶ୍ବର ଶୈବ ମନ୍ଦିରରେ ଥିବା ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଜା ରୋଷଣୀରେ ପ୍ରକମ୍ପିତ ହୋଇଥିଲା ବନ୍ଦର ନଗରୀ ପାରାଦୀପ। ଦେବ ଦେବ ମହାଦେବଙ୍କୁ ବାଜା ରୋଷଣୀରେ ନେଇ ସହର ପରିକ୍ରମା କରି ମନ୍ଦିର ପରିସରରେ ପହଁଚିବା ପରେ ଯଥା ରିତୀ ଅନୁଯାୟୀ ଦେବ ବିବାହ ଅନୁଷ୍ଠିତ ହୋଇଥିଲା । ପରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିଳମ୍ବିତ ରାତିରେ ହସ୍ତଗଣ୍ଠି ପଡିବା ପରେ ବିବାହ ସମ୍ପନ୍ନ ହୋଇଥିଲା । ଏହି ଦେବ ବିବାହକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା।