ନିଶାଡୀ ଙ୍କ କବ୍ଜାରେ ପାରାଦ୍ଵୀପ ସହର , ଦୁର୍ଘଟଣା ଘଟାଇବା ପରେ ନିଶାଶକ୍ତ ଯୁବକର ଉନ୍ମକ୍ତ କାଣ୍ଡ ।
Alok Kumar Mohapatra | 15 Jan 2026 | 7 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ସମ୍ମୁଖରେ ବୁଧବାର ରାତିରେ ଘଟିଥିବା ଦୁର୍ଘଟଣା ସମୟରେ ଜଣେ ଦିନମଜୁରିଆ ର ଜୀବନ ଚାଲିଯାଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଯୁବକଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି । ସେ କିଭଳି ନିଶାଶକ୍ତ ଅବସ୍ଥାରେ ତାର ପରିଚୟ ଦେବା ସହିତ କହୁଛି ମୋତେ ପ୍ରଶ୍ନ କର ମୁଁ ତାର ଉତ୍ତର ରଖିବି । ପରେ ଇଂରାଜୀ ରେ କଥା କହିବା ସହିତ ସାଧାରଣ ଜନତା ଙ୍କ ଉପରେ ଉତ୍ୟକ୍ତ ହୋଇ ଆକ୍ସିଡେଣ୍ଟ କାହାର ହୋଇଛି,ଗାଡି କାହାର, ଗାଡି ମୋର ବୋଲି କହିବା ସହିତ ସମସ୍ତଙ୍କୁ ଇଂରାଜୀ ରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସାଧାରଣ ଜନତା ତାକୁ ଉତମ ମଧ୍ୟମ ଦେଇ ଛେଚିବା ପରେ ଜଣେ ତାଙ୍କ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ମୃତ ବ୍ୟକ୍ତି କୁ ଧରି ଭାଇଭାଇ ବୋଲି ଡାକି ମୁଣ୍ଡରେ ଚୁମା ଦେଇଥିଲା । ତେବେ ଯୁବକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ସମୁଦ୍ର କୂଳରୁ ଦୃତଗତିରେ ଗାଡି ଚଲାଇ ଲୁନା ରେ ଘରକୁ ଫେରୁଥିବା ପାରାଦୀପ ଷଣ୍ଢକୁଦ ଅଞ୍ଚଳର ଅଜୟ କରଣଙ୍କ ଉପରକୁ ମାଡି ଯାଇଥିଲା । ଦୁର୍ଘଟଣା ଏପରି ଥିଲା ଯେ ଘଟଣା ସ୍ଥଳରେ ଅଜୟ କିରଣ ଙ୍କ ଜୀବନ ଚାଲିଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍ ଟି ଓଲଟି ପଡିଥିଲା । କାର୍ ରେ ଦୁଇ ଜଣ ନିଶାଶକ୍ତ ଯୁବକ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗିଥିବା ବେଳେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଗୁରୁତର ଙ୍କୁ ହସପିଟାଲ ପଠାଇଥିଲେ । ତେବେ ବନ୍ଦର ସହରର ବେଳାଭୂମିରେ ଅବାଧ ନିଶା ସେବନ ଉପରେ ପ୍ରଶାସନ ରୋକ ଲଗାଇବାକୁ ସାଧାରଣରେ ଦାବୀ ହେଉଛି l
