Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉଦଯାପିତ ।

pragyansila bureau | 15 Jan 2026 | 10 min read | 10 views

ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨ ୫ ଉତଯାପନ ଉତ୍ସବ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇ ଅଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଜେ. ସୋନାଲ(ଭା.ପ୍ର.ସେ), ଜ଼ିଲ୍ଲାପାଳ, ଜଗତସିଂହପୁର ସମବାୟ ସମିତି ମାନଙ୍କୁ କେବଳ ସେମାନଙ୍କର ପ୍ରାଥମିକ ବ୍ୟବସାୟରେ ସୀମିତ ନରହି ବିବିଦ୍ଧ ବ୍ୟବସାୟ କରି ନିଜର ଆୟ ୨ ଗୁଣ ବଢାଇବାକୁ ଉତ୍ସାହିତ କରିଥିଲେ ଓ ସମବାୟ କୁ ଜଗତସିଂହପୁର ଜ଼ିଲ୍ଲାରେ ୧୯୮ ଗ୍ରାମ ପଂଚାୟତରେ ପର୍ଯ୍ୟାୟ କ୍ରମେ ପହଂଚାଇବାସହ ତୃଣ ମୂଳ ସ୍ତରରେ ଲୋକମାନକଂର ଆର୍ଥିକ ଅବସ୍ଥା ଦୂର କରିବା ପାଇଁ କହିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦେବବ୍ରତ ସାମଲ, DFO, ଜଗତସିଂହପୁର ସରକାରଙ୍କ ଯୋଜନା ଓ ଆର୍ଥିକ ସାହାଯ୍ୟ ଉପରେ ସଂକ୍ଷେପରେ କହିଥିଲେ । ଶ୍ରୀଯୁକ୍ତ ଦିଗମ୍ବର ନାୟକ, ମହା ପରିଚାଳକ, କଟକ ଦୁଗ୍ଧ ସଂଗଠନ ସମବାୟ ସମିତିମାନଙ୍କୁ ଚାଷ ଋଣ ସହ ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ | ଶ୍ରୀଯୁକ୍ତ ଅନନ୍ତ ସାମଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କମ୍ପୁଟରୀକରଣ, ଗୃହ, ଚାଷଋଣ ସମ୍ପର୍କରେ କହିଥିଲେ ଏବଂ ଶ୍ରୀମତୀ ବିଦ୍ୟୁତଲତ। ବେହେରା, DDM, NABARD, ଜଗତସିଂହପୁର କେନ୍ଦ୍ରୀୟ ସଫ୍ଟୱେର୍ NLPS ଉପରେ ନିଜର ମତବ୍ୟକ୍ତ ରଖିଥିଲେ । ଏହା ପରେ ଜଗତସିଂହପୁର ଜ଼ିଲ୍ଲାର ୩ଟି ପ୍ରାଥମିକ ସେବା ସମବାୟ ସମିତି କୁ CSC ରେ ଉତ୍ତମ କାରବାର ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି, ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ, ଜଗତସିଂହପୁର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମବାୟର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ସମିତି ମାନଙ୍କରେ ବ୍ୟବସାୟ ବିବିଧିକରଣ ପାଇଁ ଗୁରୁତ୍ୱାରୋପ କରିଥିଲେ । ଶେଷରେ ପ୍ରଭାତ କୁମାର ମହାପାତ୍ର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଜଗତ୍ସିଂହପୁର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମିପ୍ରଭା ଦାସ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଜଗତ୍ସିଂହପୁର ମଣ୍ଡଳ ଏବଂ ସୂର୍ଯ୍ୟ କାନ୍ତ ଦାସ, ସମ୍ପାଦକ , RMC, ଜଗତସିଂହପୁର ମଧ୍ୟ ଉପସ୍ଥିତ ଥିଲେ । ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନନ୍ଦ ବେହେରା ,ରାଖାଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ , ଚିତ୍ରା ଚିନ୍ମୟୀ ଦାସ, ସ୍ଵର୍ଣ୍ଣଲତା ନାୟକ, ରୁବୁ ମହାନ୍ତି ଏବଂ ଫ୍ରଜ଼ାନା ପରବୀନ ଉପସ୍ଥିତ ଥିଲେ ।