Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ ୯୮ ଗ୍ରାମର ହେରୋଇନ ଜବତ , ମହିଳାଙ୍କ ସମେତ ଦୁଇ ଗିରଫ ।

pragyansila bureau | 15 Jan 2026 | 10 min read | 11 views

ଜଗତସିଂହପୁର ( ପି.ଏନ. ଏସ ) : ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ମଙ୍ଗଳବାର ଦିନ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ ।
ଜଗତସିଂହପୁର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗ୍ରାମରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ ଚୋଧୁରୀଙ୍କ ନେତୃତ୍ବରେ ଏକ ଟିମ ମାର୍କଣ୍ଡେଶ୍ବର ମନ୍ଦିର ନିକଟରେ ଜଗି ରହିଥିଲେ । ଅଭିଯୁକ୍ତ ମହିଳା ଜଣଙ୍କ ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବା ପାଇଁ ଆସିଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ୍ ତାଙ୍କୁ କାବୁ କରିନେଇଥିଲେ । ଯାଞ୍ଚ ପରେ ତାଙ୍କ ନିକଟରୁ ୮୨ ଗ୍ରାମର ବେଆଇନ ହେରୋଇନ ଏବଂ ଏକ ଆଣ୍ଡ୍ରଏଡ ଫୋନ ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ଯ ୮,୨୦,୦୦୦ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଜଣକ ହେଲେ କଣ୍ଟାବଲ୍ଲଭପୁର ଗ୍ରାମର ରବିନ୍ଦ୍ରନାଥ ଭୋଇଙ୍କ ପତ୍ନୀ ଟୁନି ଭୋଇ(୫୦)।
ସେହିପରି ଅନ୍ୟ ଏକ ଘଟଣାକ୍ରମ ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ବରର ଅନ୍ୟ ଏକ ଟିମ ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ବଜାରରେ ଚଢାଉ କରି ୧୬ ଗ୍ରାମର ହେରୋଇନ ଜବତ କରିବା ସହ ହେରୋଇନ ବ୍ୟବସାୟରେ ଜଡିତ ଥିବା ସିଙ୍ଗିତାଲିଆ ଗ୍ରାମର ସ୍ବର୍ଗତ ଗୁରୁଚରଣ ନାୟକ ଙ୍କ ପୁଅ ସୂର୍ୟକାନ୍ତ ନାୟକ(୨୯) ଙ୍କୁ ଗିରଫ କରିଛି । ଜବତ ହେରୋଇନ ର ଆନୁମାନିକ ମୂଲ୍ଯ ୧,୬୦,୦୦୦ ଟଙ୍କା ହେବ ।
ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ରେଞ୍ଜ ର କନଷ୍ଟେବଳ ଜୟଦେବ ପାତ୍ର, ଶୁଭଶ୍ରୀ ବିଶ୍ବାଳ, ଦୀନବନ୍ଧୁ ସେଠୀ, ଅନୁରାଗ ସୂର୍ୟବଂଶୀ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ, ଏସ୍ ଆଇ ସନ୍ତୋଷ ନାୟକ, ଏ ଏସ୍ ଆଇ ପିନାକୀ ରଞ୍ଜନ ରାଉତରାୟ, କନଷ୍ଟେବଳ ସବିତା ନାୟକ, ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଥାଉ କି ଗିରଫ ଅଭିଯୁକ୍ତ ଟୁନି ଭୋଇ ଜଣେ ପେଶାଦାର ହେରୋଇନ ବ୍ୟବସାୟୀ । ତାଙ୍କ ନାମରେ ପୂର୍ବ ରୁ ଅନେକ ମାମଲା ରହିଛି ।
ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ଅଲଗା ଅଲଗା ମାମଲାରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ୟ ସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି ।