Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଢ଼ିଙ୍କିଆ ଚାରିଦେଶରେ କଳା ଦିବସ ପାଳିତ , ପରିବେଶ ସୁରକ୍ଷା ପାଇଁ ଜେଏସଡବ୍ଲୁ ଅଞ୍ଚଳ ଛାଡିବାକୁ ଦାବୀ ।

Alok Kumar Mohapatra | 14 Jan 2026 | 6 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : ଐତିହ୍ୟ ପୂର୍ଣ୍ଣ ପୂରାତନ କୁଜଙ୍ଗ ରାଜ୍ୟର ଐତିହ୍ୟ ବହନ କରୁଥିବା ଢ଼ିଙ୍କିଆ ଚାରିଦେଶ ଅଞ୍ଚଳରେ ୨୦୨୨ ମସିହା ଜାନୁୟାରୀ ୧୪ ତାରିଖ ପବିତ୍ର ମକର ସଂକ୍ରାନ୍ତି ଦିନ ଜେଏସଡବ୍ଲୁ କମ୍ପାନୀର ସ୍ୱାର୍ଥ ପାଇଁ ପୋଲିସ ବାହିନୀ ଦ୍ଵାରା ସାଧାରଣ ଜନତାଙ୍କ ପ୍ରତି ଦୁର୍ବ୍ୟହାରର ସହ ଅମାନୁଷିକ ଲାଠି ମାଡ଼ କରାଯାଇଥିଲା,ଏପରିକି ଆବାଳ ବୃଦ୍ଧବନିତା ମଧ୍ୟ ବର୍ବୋରଚିତ ପୋଲିସ ଆକ୍ରୋଶରୁ ବାଦ ପଡ଼ିନଥିଲେ । ଯାହାକି ଏକ ଗଣ ତାନ୍ତ୍ରିକ ରାଷ୍ଟ୍ରରେ ଶୋଭା ପାଏନାହିଁ ବୋଲି ସାଧାରଣରେ ଆଲୋଚ୍ୟ ପ୍ରସଙ୍ଗ ହୋଇଥିଲା । ଉକ୍ତ ଦିବସ ଟିକୁ କଳା ଦିବସ ଭାବେ ପ୍ରତି ବର୍ଷ ପରି ଚଳିତ ବର୍ଷ ପୋସ୍କୋ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଓ ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଢ଼ିଙ୍କିଆ ସ୍ଥିତ ମା ଫୁଲଖାଇ ଗ୍ରାମ ଦେବତୀଙ୍କ ପ୍ରାଙ୍ଗଣରେ ବୁଧବାର ଦିନ ପାଳିତ ହୋଇଯାଇଛି । ଏହି ଚତୁର୍ଥ ବାର୍ଷିକ କଳା ଦିବସରେ ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ସୁଶାନ୍ତ ଶେଖର ସ୍ବାଇଁ,ପ୍ରଦୀପ ଶତପଥି,କାଶୀନାଥ ମହାପାତ୍ର,ନାରୀନେତ୍ରୀ ଶାନ୍ତି ଦାସ, ସଂଗ୍ରାମ ପ୍ରଧାନ,ଅଜୟ ଦାସ,ଦିଲୀପ ଦାସ,ଗୌତମ ଦାସ,ସଂଘମିତ୍ରା ମଲିକ,ଗଗନ ମଲ୍ଲିକ,ପ୍ରଭାତ ନାୟକ,ସଂଗ୍ରାମ ଦାସ,ଲିଟନ ଦାସ,ସୁବାସ ଦାସ,ତନୁ ଦାସ,ଶୈଳ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରି ଆଞ୍ଚଳିକ ପରିବେଶ ସୁରକ୍ଷା ପାଇଁ ଜେଏସଡବ୍ଲୁ ଭଳି ଏକ ମାରାତ୍ମକ କମ୍ପାନୀକୁ ଅଞ୍ଚଳ ଛାଡ଼ିବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି ।