ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ଜନ୍ମ ଦିନରେ ଶୁଭ ମନାସିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ ।
Alok Kumar Mohapatra | 14 Jan 2026 | 8 min read | 15 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ର ଲୋକକପ୍ରିୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ଜନ୍ମ ଦିବସ ସମଗ୍ର ନିର୍ବାଚନ ମଣ୍ଡଳୀରେ ସମାରୋହରେ ପାଳିତ ହୋଇଥିବାର ଦେଖିବାକୁ ମିଳିଥିଲା l ସ୍ଥାନୀୟ ଜିରୋ ପଏଣ୍ଟ ନିକଟସ୍ଥ ତାଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ହଜାର ହଜାର ଶୁଭେଚ୍ଛୁ,ବିଭିନ୍ନ ଅନୁଷ୍ଠାନ, ସଙ୍ଘ, ସଂଗଠନ,ଦଳୀୟ ନେତା ଓ କର୍ମୀ ଉପସ୍ଥିତ ହୋଇ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l ଏହି ଅବସରରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ର ବିଜେପି ନେତା ରାଜକିଶୋର ବେହେରା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ଭେଟି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ l ସେହିପରି ଗ୍ରୀନ ପାରାଦୀପ ଟ୍ରଷ୍ଟ ର ସଭାପତି ରାକେଶ ପଟ୍ଟନାୟକ, ଉପଦେଷ୍ଟା ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ସୁଧାଂଶୁ ନାୟକ, ବିବେକାନନ୍ଦ ରାଉତ, ନରେଶ ଭଟ୍ଟ, ପ୍ରୀତି ରଞ୍ଜନ ମହାପାତ୍ର ପ୍ରମୁଖ ଫୁଲତୋଡ଼ା, ଉତ୍ତରୀୟ ପ୍ରଦାନ କରି କେକ୍ କାଟି ସମ୍ପଦ ଙ୍କ ଜନ୍ମ ଦିନ ପାଳନ କରି ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସ୍ଥାନୀୟ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ବିଜେପି ପାରାଦୀପ ନଗର ସଭାପତି ସୁବ୍ରତ ପ୍ରଧାନ, ବିଜେପି ନେତା ତପନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ 'ମା କେ ନାମ ଏକ ପେଡ' କାର୍ଯ୍ୟକ୍ରମ ଅନ୍ତର୍ଗତ ସାମୁହିକ ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସେବା ଶିବିର ଓ ମାଗଣା ଔଷଧ ବଣ୍ଟନ, ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ କମଳ ବଣ୍ଟନ, ସ୍ବେଛାକୃତ ରକ୍ତଦାନ ଶିବିର ଇତ୍ୟାଦି ବହୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ତେବେ ନିଜ ଜନ୍ମ ଦିନରେ ଏଭଳି ଅଭୁତପୂର୍ବ ସମ୍ବର୍ଦ୍ଧନା, ଶୁଭେଚ୍ଛା ଓ ଅଭିନନ୍ଦନ ସମେତ ବିଭିନ୍ନ ସେବା କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l