Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କନିଷ୍ଠ ଖଣି ଅଧିକାରୀଙ୍କୁ ଗାଳିଗୁଲଜ ନେଇ ଥାନାରେ ଏତଲା ।

pragyansila bureau | 13 Jan 2026 | 5 min read | 9 views

ନାଉଗାଁ ( ପି.ଏନ. ଏସ ) : କନିଷ୍ଠ ଖଣି ଅଧିକାରୀ ବେଆଇନ ମାଟି ଖୋଳା ନିକଟରେ ଚଢ଼ାଉ ସମୟରେ ଗ୍ରାମବାସୀ ଙ୍କ ବିରୋଧ ଘଟଣା ରେ ଥାନାର ଦ୍ୱାରସ୍ତ ହେଲେ ଅଧିକାରୀ l ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଳଦାରିରେ କନିଷ୍ଠ ଖଣି ଅଧିକାରୀଙ୍କୁ ଘେରିଗଲେ ଶତାଧିକ ଗ୍ରାମବାସୀ । ନାଉଗାଁ ତହସିଲ ଅଧୀନ ଏକ ଚାଷ ଜମିରେ ବେଆଇନ୍ ଭାବରେ ମାଟି ଖୋଳା ଯାଉଥିବା ଖବର ପାଇ କନିଷ୍ଠ ଖଣି ଅଧିକାରୀ ଘଟଣା ସ୍ଥଳକୁ ଯାଇଥିଲେ । ମାଟିଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଟ୍ରାକ୍ଟର, ଯେସିବି ମେସିନ ଉପରେ ଜରିମନା କରାଯିବ ବୋଲି କହିଥିଲେ। । ଅନ୍ୟପଟେ ନିଜ ଜମିରୁ ମାଟି ଉଠାଇ ପାଖ ଖାଲ ଜମି ପୋତାଯାଉଥିବା ଦର୍ଶାଇ ଜମୀ ମାଲିକ ବିରୋଧ କରିଥିଲେ । କଥା ପ୍ରଘଟ ହେବା ପରେ ଆଖ ପାଖ ଲୋକେ ରୁଣ୍ଡ ହେବା ସହ ଖଣି ଅଧିକାରୀଙ୍କ ନିଷ୍ପତି କୁ ବିରୋଧ କରିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । କନିଷ୍ଠ ଖଣି ଅଧିକାରୀ ଉପ ଜିଲ୍ଲାପାଳ ଓ ନାଉଗାଁ ତହସିଲ ଅଧିକାରୀ ଙ୍କୁ ଜଣାଇବା ପରେ ସ୍ଥାନୀୟ ପୋଲିସ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଆଜି କନିଷ୍ଠ ଖଣି ଅଧିକାରୀ ଜୀତେନ୍ଦ୍ର କୁମାର ଦାସ ସଂପୃକ୍ତ ଘଟଣାକୁ ନେଇ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ ଅନେକ ଲୋକେ ଘେରି ଯିବା ସହିତ ଖରାପ ଭାଷାରେ ଗାଳି ଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ରେ ସେ ଦର୍ଶାଇଛନ୍ତି । ନାଉଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।