Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ମହାବିଦ୍ୟାଳୟରେ ରାଜ୍ୟର ପ୍ରଥମ ଦକ୍ଷତା ବିକାଶ କେନ୍ଦ୍ର ଶିଳ ଉଦଘାଟିତ , ଦକ୍ଷତା କେନ୍ଦ୍ର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସେତୁ ଭାବେ କାର୍ଯ୍ୟ କରିବ ଶିଳ୍ପମନ୍ତ୍ରୀ ।

Alok Kumar Mohapatra | 12 Jan 2026 | 10 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ଶିଳ୍ପ ଜଗତ କେବଳ ସାର୍ଟିଫିକେଟ୍ ଦେଖି ଚାକିରି ଦିଏ ନାହିଁ ବରଂ ଦକ୍ଷତା ଦେଖି ନିଯୁକ୍ତି ଦିଏ । ପାରାଦ୍ଵୀପ କଲେଜରେ ରାଜ୍ୟର ପ୍ରଥମ ଦକ୍ଷତା କେନ୍ଦ୍ରର ଉଦଘାଟନୀ ସମାରୋହ ଅବସରରେ ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ଏବେକାର ଚାକିରି ବଜାର ଦକ୍ଷତା, ଯୋଗାଯୋଗ, ସମସ୍ୟା କୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ପାରାଦ୍ଵୀପ କଲେଜରେ ନବଉଦଘାଟିତ ଦକ୍ଷତା କେନ୍ଦ୍ରରେ ବିଏଫଏସଆଇ କ୍ଷେତ୍ରରେ ଆକାଉଣ୍ଟ ଏକଜିକ୍ୟୁଟିଭ ପାଠ୍ୟକ୍ରମ ପ୍ରଦାନ କରାଯିବ। ଏଠାରେ ବାର୍ଷିକ ୨୦୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ। କେନ୍ଦ୍ରଟି ନୂଆ ଓଡିଶା ଯୋଜନା ଅଧୀନରେ ବିଏଫଏସଆଇ ସେକ୍ଟର ସ୍କିଲ କାଉନସିଲ୍ ଦ୍ବାରା ପରିଚାଳିତ ହେବ। କେନ୍ଦ୍ରରେ ଜାତୀୟସ୍ତରରେ ସ୍ବୀକୃତିପ୍ରାପ୍ତ ତାଲିମ ମାନଦଣ୍ଡ, ଶିଳ୍ପ-ଭିତ୍ତିକ ପାଠ୍ୟକ୍ରମ ଏବଂ ନିଯୁକ୍ତି ଅନୁକୂଳ ପରିବେଶ ସୁନିଶ୍ଚିତ କରାଯିବ। ଏହି କେନ୍ଦ୍ର ଦ୍ବାରା ଦକ୍ଷତା ବୃଦ୍ଧି, ସାର୍ଟିଫିକେଟ୍ ପ୍ରଦାନ ତଥା ପ୍ଲେସମେଣ୍ଟକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ପାରାଦ୍ଵୀପ କଲେଜରେ ଦକ୍ଷତା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର ଭାବେ ପରିଚାଳିତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଧ୍ୟାପକ ଏବଂ ପ୍ରଶାସକଙ୍କୁ ପରାମର୍ଶ ଦେଇଛନ୍ତି। ଶିଳ୍ପ ଜଗତ ସହ ସୁଦୃଢ ସଂପର୍କ ସ୍ଥାପନ କରିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ, ଅତିଥୀ ଅଧ୍ୟାପକ, ଇଣ୍ଟର୍ଣ୍ଣସିପ୍ ଏବଂ ନିଯୁକ୍ତି ସହାୟତା ସୁନିଶ୍ଚିତ କରିବାକୁ କହିଛନ୍ତି । ଦକ୍ଷତା କେନ୍ଦ୍ର, ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ସେତୁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ରଟି ଓଡିଶାର ଯୁବପିଢିଙ୍କୁ ଦକ୍ଷ, ସ୍ବାବଲମ୍ବୀ ଏବଂ ନିଯୁକ୍ତିଯୋଗ୍ୟ କରି ଗଢି ତୋଳିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।
ଓଡିଶା ଆଜି ଶିଳ୍ପ ଅଭିବୃଦ୍ଧି, ପୁଞ୍ଜିନିବେଶ ସଂପ୍ରସାରଣ ଏବଂ ଆର୍ଥନୈତିକ ରୂପାନ୍ତରଣ ପଥରେ ଅଗ୍ରସର ହେଉଛି । ପାରାଦ୍ଵୀପ ବନ୍ଦର ବିଶ୍ବ ବାଣିଜ୍ୟର ପ୍ରବେଶ ପଥ ପାଲଟିଛି। ଓଡିଶାର ଏହି ଅଭିବୃଦ୍ଧିର ପ୍ରକୃତ ସୁଫଳ ପାଇବାକୁ ହେଲେ, ଆମ ଯୁବପିଢିଙ୍କୁ ଠିକ୍ ସମୟରେ ସଠିକ ଦକ୍ଷତା ହାସଲ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି। ଏହି ଅବସରରେ ନାନୋ ୟୁନିକର୍ନ ଯୋଜନାରେ ପ୍ରଶିକ୍ଷଣ ନେଇଥିବା ୧୩ଜଣଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୀବ ପ୍ରଧାନ,ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ, ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ପାରାଦୀପ କଲେଜ ଅଧ୍ୟକ୍ଷା ସସ୍ମିତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।