ପାରାଦ୍ଵୀପ ବନ୍ଦରରେ ୨୫ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ , ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଚମ୍ପିୟନ ଓ ମୁମ୍ବାଇ ବନ୍ଦର ରନର୍ସପ
Alok Kumar Mohapatra | 12 Jan 2026 | 9 min read | 12 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦରର ଜୟଦେବ ସଦନ ଠାରେ ଅନୁଷ୍ଠିତ ୨୫ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ସମ୍ମିଳନୀ ଓ ପ୍ରତିଯୋଗିତା ୨୦୨୫-୨୬, ଚାରି ଦିନର ସ୍ପନ୍ଦନଶୀଳ ଏବଂ ମନମୁଗ୍ଧକର ସାଂସ୍କୃତିକ ଉତ୍ସବ ଜାନୁଆରୀ ୧୧ ତାରିଖ ରବିବାର ଦିନ ସନ୍ଧ୍ୟାରେ ସଫଳତାର ସହ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ (ପିପିଏ) ଓ ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡ ସହଯୋଗରେ ସଫଳତାର ସହିତ ଆୟୋଜିତ ହୋଇଥିଲା ।
ଏହି ବିଦାୟ ସମାରୋହରେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମାବେଶକୁ ସମ୍ବୋଧିତ କରି ଶ୍ରୀ ହରନାଦ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଏବଂ ଚାରି ଦିନିଆ କାର୍ଯ୍ୟକ୍ରମରେ ବନ୍ଦର ସହର ବାସିଙ୍କୁ ଆନନ୍ଦିତ କରିବା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ସେ ଏହି ବର୍ଷର କାର୍ଯ୍ୟକ୍ରମରେ ଉତ୍କର୍ଷତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଥିବା ଅଭୂତପୂର୍ବ ସଂଖ୍ୟକ ମହିଳା କଳାକାରଙ୍କୁ ହାର୍ଦ୍ଦିକ ପ୍ରଶଂସା କରିଥିଲେ । ଏହି ସାଂସ୍କୃତିକ ସମାବେଶରେ ଦେଶର ୯ଟି ପ୍ରମୁଖ ବନ୍ଦରରୁ ପ୍ରାୟ ୨୦୦ କଳାକାର ଅଂଶଗ୍ରହଣ କରିଥିଲେ, ଯେଉଁମାନେ ବିଭିନ୍ନ ସାଂସ୍କୃତିକ ବିଭାଗରେ ପ୍ରତିଯୋଗିତା କରିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ପ୍ରାଧିକରଣ ଏହି ପ୍ରତିଯୋଗିତାର ସାମଗ୍ରିକ ଚମ୍ପିଅନ୍ ହୋଇଥିବା ବେଳେ ମୁମ୍ବାଇ ବନ୍ଦର ରନର୍ସ-ଅପ୍ ସ୍ଥାନ ହାସଲ କରିଥିଲେ l ସେହିପରି ଦୀନଦୟାଲ ବନ୍ଦର ଏବଂ କୋଚିନ୍ ବନ୍ଦର ମିଳିତ ଭାବରେ ଦ୍ୱିତୀୟ ରନର୍ସ-ଅପ୍ ଭାବରେ ବିବେଚିତ ହୋଇଥିଲେ ।
ପାରାଦୀପ ବନ୍ଦର ପ୍ରାଧିକରଣ କଳାକାରମାନେ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଶ୍ରୀମତୀ ସ୍ୱର୍ଣ୍ଣଲତା ତ୍ରିପାଠିଙ୍କ ମାଳତୀ ଚରିତ୍ରକୁ ଶ୍ରେଷ୍ଠ ସହାୟକ କଳାକାର (ମହିଳା) ଭାବରେ ପୁରସ୍କୃତ କରାଯାଇଥିଲା।
ପାରାଦୀପ ବନ୍ଦର ସାଂସ୍କୃତିକ ଆୟୋଜନ କମିଟିର ଅଧ୍ୟକ୍ଷ ଏଚ୍.ଏସ୍.ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ପାରାଦ୍ଵୀପ ବନ୍ଦର ଟ୍ରାଫିକ୍ ପରାମର୍ଶଦାତା ଏ.କେ.ବୋଷ, ଆୟୋଜନ କମିଟିର ଉପାଧ୍ୟକ୍ଷ ଅଶୋକ କୁମାର ସାହୁ, ସମ୍ପାଦକ ଡକ୍ଟର ଡି.ପି.ସେଠୀ ଏବଂ ଯୁଗ୍ମ ସମ୍ପାଦକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ l