ଭାରତୀୟ ତଟ ରକ୍ଷକ ପକ୍ଷରୁ ପାରାଦ୍ଵୀପ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ର ଆୟୋଜନ
pragyansila bureau | 21 Jun 2025 | 6 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଅବସରରେ ଭାରତୀୟ ତଟରକ୍ଷକ ବାହିନୀ, ଜିଲ୍ଲା ମୁଖ୍ୟାଳୟ (ଓଡିଶା) ଓ ପାରାଦ୍ଵୀପ ର ଅନ୍ୟ ତଟ ରକ୍ଷକ ୟୁନିଟ ମାନଙ୍କ ଦ୍ୱାରା ଏକ ବ୍ୟାପକ ଯୋଗ କାର୍ଯ୍ୟକ୍ରମର ଆୟୋଜନ ୧୦ ରୁ ୨୧ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଜନସାଧାରଣ ମଧ୍ୟରେ ଯୋଗର ଉପକାରିତା ବିଷୟରେ ସଚେତନତା ବୃଦ୍ଧି କରିବା।
ଏହି କାର୍ଯ୍ୟକ୍ରମରେ ନେସନାଲ କାଡେଟ୍ କୋର୍ (NCC) କ୍ୟାଡେଟ୍, ମତ୍ସ୍ୟଜୀବୀ ସମୁଦାୟ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଜବାନ, ସ୍କୁଲ/କଲେଜ ଛାତ୍ରଛାତ୍ରୀ, ଏବଂ ବିଭିନ୍ନ ସରକାରୀ/ବେସରକାରୀ ସଂସ୍ଥା ଆଂଶଗ୍ରହଣ କରିଥିଲେ। ପାରାଦୀପରେ ୨୫୦ ଜଣ ତଟରକ୍ଷକ କର୍ମଚାରୀ ଓ ତାଙ୍କ ପରିବାର ମଧ୍ୟ ଉତ୍ସାହିତ ଭାବରେ ବିଭିନ୍ନ ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଚଳିତ ବର୍ଷର ଯୋଗ ଦିବସର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଉପରେ ଆଧାରିତ ଥିଲା। ତଟ ରକ୍ଷକ କମାଣ୍ଡର (ଓଡିଶା) ସମସ୍ତଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇ,ଶାରୀରିକ ଓ ମାନସିକ ଉନ୍ନତି ଉପରେ ଯୋଗ ର ଗୁରୁତ୍ୱ ବିଷୟରେ ଆଲୋକ ପାତ କରିଥିଲେ।
ଯୋଗ ଶିକ୍ଷକମାନେ ଅଂଶଗ୍ରହଣ କାରୀ ଙ୍କୁ ବିଭିନ୍ନ ଯୋଗାସନ ବିଷୟରେ ସହଜ ଭାବରେ ବ୍ୟାଖ୍ୟା କରିଥିଲେ ଓ ସାଧାରଣ ଯୋଗ ପ୍ରୋଟୋକଲ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ସେମାନେ ଆମ ଦେଶର ଯୋଗ ପରମ୍ପରା ଓ ସଂସ୍କୃତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ।