ପାରାଦ୍ଵୀପ ଜାମା ମସଜିଦରେ ମହମ୍ମଦଙ୍କ ବାଣୀ ଆଲୋଚନା ଓ ଜଲଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।
Alok Kumar Mohapatra | 11 Jan 2026 | 5 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ମହାପୁରୁଷ ମହମ୍ମଦଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପାରାଦ୍ଵୀପ ବଡ଼ପଡ଼ିଆ ଜମା ମସଜିଦ ଠାରେ ଶନିବାର ସନ୍ଧ୍ୟାରେ ମହମ୍ମଦଙ୍କ ବାଣୀ ଉପରେ ଆଲୋକପାତ କରାଯିବା ସହ ଏକ ଜଲଶା ଆୟୋଜିତ ହୋଇଯାଇଛି l ପାରାଦ୍ଵୀପ ଜମା ମସଜିଦ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୟୁପି ର କାନପୁର, ଝାରଖଣ୍ଡ, କଲିକତା ର ମୌଲାନା ତରବେଜ ଆଲମ ସାୟାର ହବିବୁଲ୍ଲା ନୁରି,ସାହିର ରଜ୍ଜା, ଅବରାରସମସି ପାରିଲ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ର ସଭାପତି ରାକେଶ ପଟ୍ଟନାୟକ, ବଣିକ ସଙ୍ଘ ସମ୍ପାଦକ ଗୋଲେଖ ଚନ୍ଦ୍ର ସାହୁ, ପାରିଷଦ ସୁବ୍ରତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜମା ମସଜିଦ ର ସଭାପତି ସେଖ ରମଜାନ, ସମ୍ପାଦକ ସୁଫି ଅହମଦ, ଉପସଭାପତି ଅବଦୁଲ ଆବିଦ ଖାନ, ସେଖ ଅବଦୁଲ ବାରି, ଅବଦୁଲ ରହିମ ଖାନ, ମିର ମମତାଜ ଅଲ୍ଲୀ, ଆକ୍ରମ ଖାନ, ସେଖ ସଦିକ, ସେଖ ଜାଫର, ଅଫଜଲ ଖାନ, ସହୁଦ ଖାନ, ନସାଦ ଆନସାରୀ, ଇନ୍ତାରୁଲ ହକ, ପୈଗମ୍ବର ହଜରତ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ସହରର ବହୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା l
