ସୋମନାଥ ସାଭିମାନ ପର୍ବ –୨୦୨୬, ପାରାଦୀପ ର ଶିବମନ୍ଦିର ରେ ପୂଜାର୍ଚନା ଓ ଦ୍ବୀପଦାନ
Bureau report | 11 Jan 2026 | 10 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ଜାନୁଆରୀ ୧୦୨୬ ମସିହାରେ ଗଜନୀର ମହମ୍ମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ମନ୍ଦିରକୁ ଧ୍ବଂସ କରିଦେଇଥିଲେ | ବର୍ଷ ୨୦୨୬ ହେଉଛି ଆସ୍ଥା ଏବଂ ସଭ୍ୟତାର ମହାନ ପ୍ରତୀକ ଉପରେ ବର୍ବରତା ସହିତ ଆକ୍ରମଣ କରିଥିବାର ୧୦୦୦ ବର୍ଷ ପୂର୍ତି ହେଉଅଛି । ସୋମନାଥ ମନ୍ଦିର ଏହି ୧୦୦୦ ବର୍ଷର ସହନଶୀଳତା, ପୁନରୁଦ୍ଧାର ଏବଂ ନିରନ୍ତରତାକୁ ରେଖାଙ୍କିତ କରିବା ପାଇଁ ଏହି ବର୍ଷକୁ ସୋମନାଥ ସ୍ଵାଭିମାନ ପର୍ବ ରୂପେ ଭାରତବର୍ଷ ର କୋଣ ଅନୁକୋଣରେ ପାଳନ କରାଯାଉଛି l ଏହି ୧୦୦୦ ବର୍ଷରେ ଉତ୍ଥାନ - ପତନ ସତ୍ତ୍ୱେ ମଧ୍ୟ ଆଜି ଏହି ମନ୍ଦିର ନିଜର ମହିମା ଏବଂ ଗୌରବ ସହିତ ଛିଡା ହୋଇ ରହିଅଛି । ଏହି ସୋମନାଥ ମନ୍ଦିରକୁ ତାହାର ବୈଭବର ପୁନଃ ସ୍ଥାପିତ କରିବା ପାଇଁ ନିରନ୍ତର ଏବଂ ସାମୁହିକ ପ୍ରୟାସର ପ୍ରତୀକ ହେବ । ୨୦୨୬ ବର୍ଷ ହେଉଛି ମନ୍ଦିର ନିର୍ମାଣର ୭୫ ବର୍ଷ । ୧୧ ମଇ ୧୯୫୧ କୁ ତତକାଳୀନ ରାଷ୍ଟ୍ରପତି ଡ଼. ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ପୁର୍ନନିର୍ମିତ ସୋମନାଥ ମନ୍ଦିର ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଳା ଯାଇଥିଲା । ୧୦୨୬ ରେ ଆକ୍ରମଣ ତିନି ଦିନ (୦୮, ୦୯ ଏବଂ ୧୦ ଜାନୁଆରୀ) ପର୍ଯ୍ୟନ୍ତ ଚାଲିଥିଲା । ଏହି ହୃଦୟବିଦାରକ ଘଟଣାକୁ ମନେ ପକାଇ ଏବଂ ସୋମନାଥ ମନ୍ଦିର ଅଖଣ୍ଡତାକୁ ନମନ କରି ଏହି ନିଷ୍ପରି ନିଆଯାଇଛି କି ଯେ, ୧୦ ଜାନୁଆରୀକୁ ଦେଶର ସମସ୍ତ ଶିବ ମନ୍ଦିରରେ ଓଁକାର ମନ୍ତ୍ର ଯପ କରିବା ସହିତ ପୂଜାର୍ଚନା ଓ ଦ୍ବୀପଦାନ କରାଯାଇଛି । ସମସ୍ତ ଦେଶବାସୀମାନେ ଏହି ଜନ ଅଭିଯାନରେ ଯୋଡି ହେବା ସହିତ ଏହି ତିନି ଦିନରେ ସମଗ୍ର ସ୍ଥାନରେ ନିକଟସ୍ଥ ଶିବ ମନ୍ଦିରରେ ତପ, ଜପ,ମନ୍ତ୍ରପାଠ କରାଯାଇଛି । ଏହା ସହିତ ସୋମନାଥ ମନ୍ଦିରର ଅଖଣ୍ଡତା ପାଇଁ ଦୃଢତା ସହିତ ପ୍ରାର୍ଥନା ଏବଂ ସଂକଳ୍ପ ନେବା ପାଇଁ ଦିଆଯାଇଥିବା ଆହ୍ୱାନ ରେ ସମସ୍ତ ଯୁବବର୍ଗ ସାମିଲ ହୋଇଛନ୍ତି l
ଏହି ଅବସରରେ ଜାନୁଆରୀ ୧୧ରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସୋମନାଥ ମନ୍ଦିରରେ ସହସ୍ର ସଂକଳ୍ପ ଯାତ୍ରାର ଆୟୋଜନ କରାଯିବା ସହିତ ଏହାକୁ ବର୍ଷ ସାରା ପାଳନ ହେବ, ସ୍ଵାଭିମାନ ପର୍ବର ଘୋଷଣା କରିବେ ପ୍ରଧାନମନ୍ତ୍ରୀ l ଉପଯୁକ୍ତ କାର୍ଯ୍ୟକ୍ରମରେ ପ୍ରଭାବୀ ଏବଂ ବ୍ୟାପକ କ୍ରିୟାନ୍ବୟନ ପାଇଁ ଭାରତୀୟ ଜନତା ପାର୍ଟିର ସମସ୍ତ ପଦାଧିକାରୀ ଗଣ ଏବଂ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟ ପାଇଁ ସୁନଶ୍ଚିତ କରିବା ସହ ୧୦ ଜାନୁଆରୀକୁ ଦେଶସାରା ନିକଟସ୍ଥ ଶିବ ମନ୍ଦିରଠାରେ ଜନ ସହଭାଗିତା ହେବା ସହିତ ପୂଜା, ଆରତି ଏବଂ ଓଁକାର ଯପ କରିବାର ଆୟୋଜନ କରାଯିବ l ଏ ନେଇ ଆଜି ପାରାଦୀପ ବୃନ୍ଦାବନ କଲୋନୀ ଠାରେ ରହିଥିବା ଶିବମନ୍ଦିର ରେ ବିଜେପି ଯୁବମୋର୍ଚା ର ସଦସ୍ୟ ମାନଙ୍କ ସହିତ ବଜରଙ୍ଗ ଦଳ ଓ ହିନ୍ଦୁସେନା ର କାର୍ଯ୍ୟକର୍ତା ମାନେ ଯୋଗଦେଇ ପୂଜାର୍ଚନା, ଜପ, ତପ ସହିତ ଦ୍ବୀପଦାନ କରିଥିଲେ l