ପାରାଦୀପରେ ସାଂସଦ ଖେଳ ମହୋତ୍ସବ
Alok Kumar Mohapatra | 10 Jan 2026 | 5 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ର ଗୋପବନ୍ଧୁ ଷ୍ଟାଡିୟମ ଠାରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ସାଂସଦ ଖେଳ ମହୋତ୍ସବ ୨୦୨୬ ଜାନୁଆରୀ ୯ ତାରିଖ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ଏହି ମହୋତ୍ସବରେ ଉଭୟ ବାଳକ ଓ ବାଳିକା ବର୍ଗରେ ଫୁଟବଲ ଓ ଭଲିବଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ୧୭ ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ଏହି ଖେଳ ମହୋତ୍ସବର ଉଦଘାଟନୀ ଉତ୍ସବରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌର ପାରିଷଦ ପ୍ରତାପ ଚନ୍ଦ୍ର ନାୟକ ଓ ସାଂସଦ ଙ୍କ ପ୍ରତିନିଧି ଗୌତମ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋପବନ୍ଧୁ କ୍ରୀଡା ସଂସଦ ର ସମ୍ପାଦକ ଧୂନ ଚନ୍ଦ୍ର ତରାଇ, ବରିଷ୍ଠ ଭଲିବଲ ପ୍ରଶିକ୍ଷକ ସଞ୍ଜୟ କୁମାର ଦାସ, ଗୋପବନ୍ଧୁ କ୍ରୀଡା ସଂସଦ ର ସଦସ୍ୟ ବିପ୍ଳବ କୁମାର ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ଜଗତସିଂହପୁର ସଂସଦୀୟ ଏହି ସମସ୍ତ କ୍ରୀଡ଼ାକୁ ପାରାଦୀପ ବନ୍ଦର କ୍ରୀଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ ସଂଯୋଜନା କରୁଥିବା ବେଳେ ଏହି ଖେଳକୁ କାଳନ୍ଦୀ ଚରଣ ନାଥ, ଭାଗବତ ବେହେରା, ସଞ୍ଜିତ ଜେନା, ରାଜ କିଶୋର ମଣ୍ଡଳ ସଫଳତାର ସହ ପରିଚାଳନା କରିଥିଲେ l ଶେଷରେ କୁଜଙ୍ଗ କ୍ଲବର କ୍ରୀଡା ସମ୍ପାଦକ ରଶ୍ମି କାନ୍ତ ଦାସ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
