ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ଧମକ ଅଭିଯୋଗ, ଆଦର୍ଶ ଥାନାରେ ଏତଲା ।
pragyansila bureau | 10 Jan 2026 | 6 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଜୀବନରେ ମାରିଦେବାକୁ ଧମକ ସହିତ ଜାତିଆଣ ଆକ୍ଷେପ କରିବା ଏବଂ ଏକ ପୁରୁଣା ଭିଡିଓ କୁ ବିଭିନ୍ନ ସୋସିଆଲ ମିଡିଆରେ ପକାଇ ଜଣେ କାର୍ଯ୍ୟରତ ସାମ୍ବାଦିକ ର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହିତ ସମାଜରେ ବଦନାମ କରିବାକୁ ନେଇ ପାରାଦ୍ଵୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କଲେ ସାମ୍ବାଦିକ ପଞ୍ଚାନନ ବେହେରା l ଅଭିଯୋଗ ଅନୁଯାଇ ଗତ ଡିସେମ୍ବର ୨୯ ତାରିଖ ଦିନ ପାରାଦୀପ ବନ୍ଦର ର ପାଞ୍ଚ ନମ୍ବର ଗେଟ ନିକଟରେ କଣ୍ଟ୍ରାକ୍ଟର କୁଳମଣି ନାୟକ ଙ୍କ ପୁଅ ଜଣେ ଅପରେଟର ଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ନେଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ ଅପରେଟର ଗୋବିନ୍ଦ ଦାସ l ଯାହାକୁ ନେଇ ଅପରେଟର ମହାସଂଘ ତରଫରୁ ଜଗତସିଂହପୁର ଏସପି ଙ୍କ କାର୍ଯ୍ୟାଳୟ ରେ ଏସପି ଙ୍କୁ ଭେଟିବା ସହିତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ l ଯାହାକୁ ନେଇ ପଞ୍ଚାନନ ବେହେରା ଖବର ପରିବେଷଣ କରିବା ପରେ କଣ୍ଟ୍ରାକ୍ଟର କୁଳମଣି ନାୟକ ଉତକ୍ଷିପ୍ତ ହୋଇ ପଞ୍ଚାନନ ଙ୍କୁ ଫୋନ ମାଧ୍ୟମରେ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପଞ୍ଚାନନ । ଅନ୍ୟପଟେ ଅନେକ ବର୍ଷ ତଳେ ଜମିବାଡ଼ି ଗଣ୍ଡଗୋଳ କୁ ନେଇ ପଞ୍ଚାନନ ଙ୍କ ସହିତ ଜଣେ ମହିଳା ଙ୍କର ପାଟିତୁଣ୍ଡ ହୋଇଥିବା ଘଟଣା ର ଏକ ପୁରୁଣା ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ l ଯାହାକୁ ନେଇ ପଞ୍ଚାନନ ଏବଂ ତାଙ୍କ ପରିବାର ସମାଜରେ ଲଜ୍ଜିତ ହେବା ସହିତ ଭୟଭୀତ ହୋଇପଡିଥିବା ନେଇ ଆଦର୍ଶ ଥାନାରେ ନ୍ୟାୟଭିକ୍ଷା କରିଛନ୍ତି ।
