Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବାଙ୍ଗଲାଦେଶୀ ସନ୍ଦେହରେ ଜଣେ ଅଟକ, ପୋଲିସର ତଦନ୍ତ ଜାରୀ

Bureau report | 09 Jan 2026 | 4 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ବାଂଲାଦେଶୀ ସନ୍ଦେହ ରେ ଜଣେ ବ୍ୟକ୍ତି କୁ ଅଟକ ରଖିବା ସହିତ ଖୋଳତାଡ଼ ଆରମ୍ଭ କରିଛି ମେରାଇନ ପୋଲିସ। ପାରାଦୀପ ମାଛଧରା ବନ୍ଦର ମଧ୍ୟରେ ଏକ ବୋଟ ରେ ଉକ୍ତ ବ୍ୟକ୍ତି ଜଣକ କାର୍ଯ୍ୟ କରୁଥିବା ବେଳେ ବୋଟ ମାଲିକ ଙ୍କ ସନ୍ଦେହ ହେବାରୁ ସେ ମେରାଇନ ପୋଲିସ କୁ ଖବର ଦେଇଥିଲେ। ଯାହାକୁ ଆଧାର କରି ମେରାଇନ ପୋଲିସ ମାଛଧରା ବନ୍ଦର ରାସ୍ତା ରୁ ଉକ୍ତ ବ୍ୟକ୍ତିକୁ ଧରି ଥାନାକୁ ଆଣିବା ସହିତ ତଦନ୍ତ ଆରମ୍ଭ କରିଛି। ଉକ୍ତ ବ୍ୟକ୍ତି ଜଣକ ବାଂଲାଦେଶୀ କିମ୍ବା ଭାରତୀୟ ନାଗରିକ ଏ ନେଇ ପୋଲିସ ତରଫରୁ ପଚରା ଉଚରା ଜାରି ରହିଛି। ଜଳପଥ ଦେଇ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗକୁ ନେଇ ସମସ୍ତ ମେରାଇନ ପୋଲିସ ସଜାଗ ରହିଥିବା ସହିତ ଉପକୂଳ ସମୁଦ୍ର ରେ ମଧ୍ୟ କଡାକଡି ପେଟ୍ରୋଲିଙ୍ଗ ଜାରି ରହିଛି ଏହା ସହିତ ମେରାଇନ ପୋଲିସକୁ ଏକ ଅତ୍ୟାଧୁନିକ ବୋଟ ପ୍ରଦାନ କରାଯାଇଛି ଯାହାଦ୍ୱାରା ସମୁଦ୍ର ମଧ୍ୟରେ ପ୍ରହରା କଡାକଡି ହେବ ବୋଲି କହିଛନ୍ତି ଏସପି। ଅଟକ ଥିବା ସନ୍ଦିଗ୍ଧ ବ୍ୟକ୍ତିକୁ ଜେରା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ଏସପି ଅଙ୍କିତ କୁମାର ବର୍ମା।