Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପରେ ଚାଲିଲା ଜନଶୁଣାଣୀ, ଫାଙ୍କା ପଡିଲା ଚେୟାର

Bureau report | 09 Jan 2026 | 8 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବନ୍ଦର ଭାରତବର୍ଷ ରେ ଥିବା ବୃହତ ବନ୍ଦର ମାନଙ୍କ ମଧ୍ୟରେ ପଣ୍ୟ ପରିବହନ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିବା ସହିତ ଏକ ନମ୍ବର ସ୍ଥାନ ଅଧିକାର କରିଛି l ଯାହାକୁ ନେଇ ପାରାଦୀପ ବନ୍ଦରର ମାଷ୍ଟର ପ୍ଲାନ ଅଧୀନରେ ଆଗାମୀ ଦଶବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବା ପାଇଁ ଯୋଜନା କରାଯାଉଥିବା ପ୍ରକଳ୍ପ ଗୁଡିକ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନଶୁଣାଣୀ ଶିବିର ଜନଶୂନ୍ୟ ହୋଇପଡିଥିବା ବେଳେ ପାରାଦୀପ ଅଞ୍ଚଳ ର ପରିବେଶ କୁ ନେଇ ଉପସ୍ଥିତ କିଛି ଲୋକ ସ୍ଥାନୀୟ ପ୍ରଦୂଷଣ ବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି l ହେଲେ ଏହାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ପ୍ରଦୂଷଣ ବୋର୍ଡ ର ଅଧିକାରୀ, ପାରାଦୀପ ରେ ପ୍ରଦୂଷଣ କୁ ନେଇ ଚିନ୍ତା କରିବାର ନାହିଁ ସବୁକିଛି ସ୍ୱାଭାବିକ ରହିଛି, ପାରାଦୀପ ବନ୍ଦର ଆଜି ଦ୍ରୁତ ଗତିରେ ସୁନାମ ଅର୍ଜନ କରୁଥିବା ସମୟରେ ଆଗାମୀ ଦିନରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି l ଯାହା ଫଳରେ ବନ୍ଦର ର ପରିସୀମା ବୃଦ୍ଧି କରାଯିବା ସହିତ ଅନେକ ପ୍ରକଳ୍ପ ନିର୍ମାଣ ହେବା ନେଇ ଆଜି ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣୀ ଶିବିର ଏକପ୍ରକାର ସଫଳ ହୋଇଛି ବୋଲି କହିଛନ୍ତି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା l ତେବେ ସବୁଠୁ କୌତୁହଳପୂର୍ଣ୍ଣ କଥା ହେଉଛି ପାରାଦୀପ ବନ୍ଦର ର ଏହି ଜନଶୁଣାଣୀ ଶିବିର ରେ କିଛି ବନ୍ଦର ର ହାତଗଣତି କର୍ମଚାରୀ ଓ କିଛି ଠିକାଦାର ଙ୍କ ଉପସ୍ଥିତରେ ଜନଶୁଣାଣୀ କରାଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଙ୍କୁ ଅବଗତ କରାଯାଇନାହିଁ ବୋଲି ଆଇନଜୀବୀ ଗତିକୃଷ୍ଣ ଶତପଥି ଅଭିଯୋଗ କରିଥିଵା ବେଳେ ଆମେ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରିବା ସହିତ ଗଣମାଧ୍ୟମ ରେ ପ୍ରଚାର କରିଛୁ l ଆଜିର ଏହି ଜନଶୁଣାଣୀ ଶିବିର ସଫଳ ହୋଇଛି ଏହି ଶିବିର ରେ ଦୁଇଶହ ରୁ ଉର୍ଧ୍ୱ ଲୋକ ଉପସ୍ଥିତ ଥିବା କହିଥିଲେ ପ୍ରଦୂଷଣ ବୋର୍ଡ ଅଧିକାରୀ ହେଲେ ଆଜିର ଜନଶୁଣାଣୀ ଶିବିରର ଚିତ୍ର ସମ୍ପୂର୍ଣ୍ଣ ଅଲଗା ଦୃଶ୍ୟମାନ ହୋଇଥିଲା |