ପୋଲିସ ଓ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ପାରାଦୀପ ମେରାଇନ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
Bureau report | 09 Jan 2026 | 5 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ପୋଲିସ ଓ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ପାରାଦୀପ ମେରାଇନ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନେହେରୁ ବଙ୍ଗଳାସ୍ଥିତ ମେରାଇନ ଥାନା ସମ୍ମୁଖରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଓ ଚକ୍ଷୁ ପରୀକ୍ଷା ଶିବିର ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ମେରାଇନ ପୋଲିସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ଙ୍କ ସହିତ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଉଦଘାଟନ କରିଥିଲେ l ସାଧାରଣ ଜନତା ଓ ପୋଲିସ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା, ଆଜିକାଲି ବୃଦ୍ଧି ପାଉଥିବା ନିଶା କାରବାରକୁ ରୋକିବା ସହିତ ନିଜ ଅଞ୍ଚଳ ରେ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ର ଏହି କାର୍ଯ୍ୟକ୍ରମ ପୋଲିସ ପ୍ରତି ଜନସାଧାରଣ ଙ୍କ ବିଶ୍ୱାସ ଓ ଭରଷା ସୃଷ୍ଟି କରିବାରେ ସମ୍ପୂର୍ଣ ସହାୟକ ହେବ ବୋଲି କହିଥିଲେ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା l ମେରାଇନ ପୋଲିସ ତରଫରୁ ଆୟୋଜିତ ବନ୍ଧୁତ୍ୱପୂର୍ଣ ଭଲିବଲ ମ୍ୟାଚରେ ନେହେରୁବଙ୍ଗଳା କୁ ହରାଇ ଢ଼ିଙ୍କିଆ ବିଜୟ ଲାଭ କରିବା ସହିତ ଏସପି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ l
