Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଡ଼ାଇରିଆ କୁ ଦୃଷ୍ଟରେ ରଖି ପାରାଦ୍ୱୀପ ମୁନିସିପାଲିଟି ପକ୍ଷରୁ ପ୍ରସ୍ତୁତି ବୈଠକ

pragyansila bureau | 19 Jun 2025 | 6 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ର ପଡୋଶୀ ଜିଲ୍ଲାରେ ଡାଇରିଆ ବ୍ୟାପୁଥିବା ବେଳେ ପାରାଦ୍ଵୀପ ମ୍ୟୁନିସିପାଲଟି ପକ୍ଷରୁ ଏକ ଆଗୁଆ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟୁନିସିପାଲଟି ସଭାଗୃହ ରେ ଅନୁଷ୍ଠିତ ଏହି ସମିକ୍ଷା ବୈଠକ ରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିବା ବେଳେ, ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ ରାଉତ, ପୈାରାଧକ୍ଷ ବସନ୍ତ ବିଶ୍ବାଳ, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟର ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଓ୍ବାର୍ଡ ର ପରିମଳ ବିଭାଗ କର୍ମଚାରୀ ଯୋଗଦେଇଥିଲେ। ବର୍ତ୍ତମାନ ସୁଦ୍ଧା ପାରାଦ୍ଵୀପ ରେ କୈାଣସି ଡାଇରିଆ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ବର୍ଷା ଆରମ୍ଭ ହୋଇଥିବା ଯୋଗୁଁ ଜଳ ନିସ୍କାସନ, ଡେଙ୍ଗୁ, ମେଲେରିଆ ପାଇଁ ବିଭିନ୍ନ ପଦକ୍ଷେପ ଓ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତି ନିଆଯାଇଛି। ସେହିପରି ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଉପରେ ଗୁରୁତ୍ବ ଦିଆଯାଇଛି। ଯଦି କୈାଣସି କାରଣରୁ ଡାଇରିଆ ରୋଗୀ ଚିହ୍ନଟ ହୁଅନ୍ତି ତେବେ ଏହାକୁ କିପରି ପ୍ରତିରୋଧ କରାଯିବ, ସେ ସମ୍ପର୍କରେ ବିଷଦ ଆଲୋଚନା ହୋଇଛି। ଆଗୁଆ ପଦକ୍ଷେପ ସ୍ବରୂପ ପୈାରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲା ଯାଉଥିବା ଉଠା ଦୋକାନ, ଗୁପଚୁପ ଓ ଫାଷ୍ଟ ଫୁଡ୍ ଦୋକାନ କୁ ବନ୍ଦ କରାଯିବ ବୋଲିି ପୈାରାଧ୍ୟକ୍ଷ ପ୍ରକାଶ କରିଛନ୍ତି।