ମରଣାନ୍ତକ ଆକ୍ରମଣରେ ବ୍ୟବସାୟୀ କୋମାରେ : ପାରାଦୀପ ଆଦର୍ଶ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ ।
Alok Kumar Mohapatra | 08 Jan 2026 | 8 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ଜନୈକ ହୋଟେଲ ବ୍ୟବସାୟୀ ଙ୍କୁ ସଂଘବଦ୍ଧ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି l ଘଟଣାରୁ ପ୍ରକାଶ ଯେ ପାରାଦୀପ ରଙ୍ଗିଆଗଡ଼ ପୁରୁଣା ରେଳ ଷ୍ଟେସନ ସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ କମ୍ପାନୀ ଫାଟକ ସମ୍ମୁଖରେ ବସନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷ ହେବ ଏକ ଝୁମ୍ପୁଡ଼ି ଘରେ ହୋଟେଲ ବ୍ୟବସାୟ କରି ଆସୁଥିଲେ l ତେବେ ଗତ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ବାଲିଝରା ର ଅନ୍ୟ ଜଣେ ହୋଟେଲ ବ୍ୟବସାୟୀ ମିହିର ରଞ୍ଜନ ସାହୁ ଓରଫ ବାପି କଣା ତାର ସହଯୋଗୀ ଶ୍ରୀକାନ୍ତ ସାହୁ ଓରଫ ନିଲୁଆ ଏବଂ ଅନ୍ୟ ଦୁଇ ତିନି ଜଣ ମିଶି ହୋଟେଲ ଆଗରେ ବସନ୍ତ ଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ତେବେ ମୁଣ୍ଡ ପଛପଟେଘଭୀର ଆଘାତ ଲାଗିଥିବା ବେଳେ ରକ୍ତ ଜୁଡୁବୁଡୁ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଏବେ ସେ କୋମା ଅବସ୍ଥାରେ ଥିବା ନେଇ ପରିବାର ପକ୍ଷରୁ କୁହାଯାଇଥିବା ବେଳେ ଗୁରୁବାର ଦିନ ପୀଡିତ ବସନ୍ତ ଙ୍କ ପତ୍ନୀ ପୁଷ୍ପଲତା ମହାନ୍ତି ଏବଂ ପରିବାର ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରି ଆକ୍ରମଣକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗିରଫ କରିବାକୁ ନିବେଦନ କରିଛନ୍ତି l ପରିବାରର କହିବା ଅନୁଯାୟୀ ବାପି କଣା ହୋଟେଲ ବ୍ୟବସାୟ ବାହାନାରେ ଦୋକାନରେ ନିୟମିତ ନିଶା କାରବାର କରୁଥିବା ଖବର ପାଇ ପ୍ରଶାସନ ତା ଦୋକାନକୁ ଭାଙ୍ଗି ଦେଇଥିଲା ଏବଂ ଏ ଘଟଣାରେ ହୋଟେଲ ବ୍ୟବସାୟୀ ବସନ୍ତ ଙ୍କ ହାତ ଥିବା ସନ୍ଦେହ କରି ବାପି କଣା ବାରମ୍ବାର ଧମକ ଓ ଗାଳିଗୁଲଜ କରି ଆସୁଥିବା ବେଳେ ସେଦିନ ଏଭଳି ଆକ୍ରମଣ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି l ତେବେ ଆକ୍ରମଣକାରୀ ବାପି କଣା ବହୁ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା ନେଇ କୁହାଯାଉଥିବା ବେଳେ ସେ ପାରାଦୀପର ଜଣେ ବିବାଦୀୟ ନେତା ଓ ସଂଗଠନର ସକ୍ରିୟ ସଦସ୍ୟ ଥିବା ନେଇ ଚର୍ଚ୍ଚା ହେଉଛି l
