ଜାନୁଆରୀ ୧୪ରେ ଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
Alok Kumar Mohapatra | 08 Jan 2026 | 5 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରତିବର୍ଷ ପରି ଚଳିତ ବର୍ଷ ମର୍ଣ୍ଣିଙ୍ଗ କ୍ରିକେଟ କ୍ଲବ (ଏମସିସି) ର ୧୫ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୧୪ ତାରିଖରେ ପାରାଦୀପର ଜୟଦେବ ସଦନ ନିକଟସ୍ଥ ପଡିଆରେ ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି ଅବସରରେ ଗୁରୁବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ଭରଦ୍ୱାଜ ସାହୁ, ସମ୍ପାଦକ କ୍ଷିତୀଶ ଚନ୍ଦ୍ର ପାତ୍ର ଙ୍କ ସମେତ ସଦସ୍ୟ ଜୟନ୍ତ ଲେଙ୍କା, ଜ୍ଞାନ ରଞ୍ଜନ ସାହୁ, ଜୟପ୍ରକାଶ ଖୁଣ୍ଟିଆ, ଚନ୍ଦନ ଜେନା, ଶମ୍ବୁନାଥ ଦାସ ପ୍ରମୁଖ ଉପସ୍ଥିତ ରହି ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚରେ କଟକ, ଭୁବନେଶ୍ୱର, ପୁରୀ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ୮ଟି ଟିମ ଏଥିରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ l ଚଳିତ ଟୁର୍ଣ୍ଣାମେଣ୍ଟ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ଦୋଳଗୋବିନ୍ଦ ଦାଶ ଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ଚମ୍ପିୟନ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ଏବଂ ରନର୍ସଅପ ଦଳକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ l ଟୁର୍ଣ୍ଣାମେଣ୍ଟ ର ପରଦିନ ଜାନୁଆରୀ ୧୫ ତାରିଖ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଇରା ମହାନ୍ତି ଓ ତାଙ୍କ ସାଥି ଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଥିବା ନେଇ ଆୟୋଜକ ମାନେ ସୂଚନା ଦେଇଥିଲେ l
