Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଇଫକୋ ମିଳିତ ସହଯୋଗରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ ।

Alok Kumar Mohapatra | 08 Jan 2026 | 8 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପାରାଦ୍ଵୀପ ଏବଂ ଇଫକୋ ପାରାଦୀପ ୟୁନିଟ ମିଳିତ ସହଯୋଗରେ ନେହେରୁ ବଙ୍ଗଳା ମନ୍ମଥ ଉଦ୍ୟାନ ଠାରେ ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍ ଅଭିଯାନ ଅନ୍ତର୍ଗତ ଏକ ପରିବେଶଗତ ସଚେତନତା କାର୍ଯ୍ୟକ୍ରମ ବୁଧବାର ଦିନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଏବଂ ଇଫକୋ ପାରାଦୀପ ୟୁନିଟ୍‌ର ମୁଖ୍ୟ ପ୍ରଦୀପ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମରେ ଇଫକୋ ଅଧିକାରୀ ଏବଂ ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ସମେତ ପୌରପାଳିକାର ଅଧିକାରୀ ଏବଂ କର୍ମଚାରୀମାନଙ୍କ ସାମିଲ ହୋଇ ପିକନିକ୍ ସ୍ପଟ୍‌ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା ସମ୍ପର୍କରେ ଉପସ୍ଥିତ ବଣଭୋଜି କରିବାକୁ ଆସିଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ । ପିକନିକ୍ ସମୟରେ ସେହି ସ୍ଥାନରେ କାଗଜ ଏବଂ କାଠ କଟଲେରୀ, ପତ୍ର ଏବଂ କାଗଜର ପୁନଃ ବ୍ୟବହାରଯୋଗ୍ୟ ବିକଳ୍ପ ଭଳି ଜୈବବିକେନ୍ଦ୍ରୀକରଣ ବିକଳ୍ପ, ଧାତୁ ଏବଂ କାଚର ପାତ୍ର ବ୍ୟବହାର କରିବାକୁ ଅନୁରୋଧ କରାଯାଇଥିଲା । ଏତଦବ୍ୟତୀତ, ପିକନିକ ସ୍ଥାନରେ ପ୍ଲାଷ୍ଟିକ ମୁକ୍ତ ବିଭିନ୍ନ ସଚେତନ ମୂଳକ ବ୍ୟାନର ଓ ପୋଷ୍ଟର ଲଗାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଶେଷରେ ପିକନିକ୍ ସ୍ପଟର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ଲାଷ୍ଟିକ୍ ମୁକ୍ତ ପଦ୍ଧତି ଅନୁସରଣ କରିବା ଏବଂ ପିକନିକ୍ ଶେଷରେ ପୌରପାଳିକା ଗାଡ଼ି ସାହାଯ୍ୟରେ ଅଳିଆ ସଂଗ୍ରହ ଏବଂ ଏହାର ନିଷ୍କାସନ ପାଇଁ ଅନୁରୋଧ କରାଯିବା ସହ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟର ପ୍ରତିଜ୍ଞା ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ସୂଚନାଥାଉକି, ରାଜ୍ୟର ୫ ଶହ ପିକନିକ ସ୍ପଟରେ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ l ଏହି ଅଭିଯାନ ୨୦୨୫ ଡିସେମ୍ବର ୧୬ ରୁ ଜାନୁଆରୀ ୩୧, ୨୦୨୬ ପର୍ଯ୍ୟନ୍ତ ଦୀର୍ଘ ୪୫ ଦିନ ଧରି ଚାଲିବ l