ପିଏମ ଶ୍ରୀ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ ପାରାଦ୍ଵୀପ ରେ ପିଏମ ଶ୍ରୀ ଉତ୍ସବ ପାଳିତ ।
Alok Kumar Mohapatra | 05 Jan 2026 | 11 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ସ୍ଥିତ ପିଏମ ଶ୍ରୀ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ଜାନୁଆରୀ ୫, ୨୦୨୬ ତାରିଖ ସୋମବାର ଦିନ ଆଡମ୍ବର ସହକାରେ ପିଏମ ଶ୍ରୀ ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଅଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବରେ ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ ମୁଖ୍ୟ ବକ୍ତା ଏବଂ ପାରାଦ୍ଵୀପ ବନ୍ଦର ଉପ ସରଂକ୍ଷକ କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ, ପାରାଦ୍ଵୀପ ନଗର ବିଜେପି ସଭାପତି ତଥା ପାରିଷଦ ସୁବ୍ରତ ପ୍ରଧାନ, ୧୦ ନମ୍ବର ୱାର୍ଡ ପାରିଷଦ ସୁଶାନ୍ତ ଦାସ, ବିଦ୍ୟାଳୟ ଅଭିଭାବକ କମିଟି ସଭାପତି ସୀତାରାମ ହାଜିରା, ସିଆରସି ସୁକାନ୍ତ କୁମାର ସ୍ୱାଇଁ, ବିଦ୍ୟାଳୟ ଆଲୁମୁନି କମିଟି ସଭାପତି କେଶବ ଚରଣ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମା ଠାରେ ଦ୍ବୀପ, ଧୂପ ଦେବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ବକ୍ତାମାନେ ପିଏମ ଶ୍ରୀ (ପ୍ରଧାନମନ୍ତ୍ରୀ) ଉତ୍ସବ ଏକ ସାଂସ୍କୃତିକ ଏବଂ ଶିକ୍ଷାଗତ ଉତ୍ସବ ଯାହା 'ଏକ ଭାରତ ଶ୍ରେଷ୍ଠ ଭାରତ' ଏବଂ 'କଳା ଉତ୍ସବ' ବିଷୟବସ୍ତୁ ଉପରେ ଧ୍ୟାନ ଦେଇ କଳା, ସଂସ୍କୃତି, ବିଦ୍ୟା ସହିତ ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ l ଏହା ଜାତୀୟ ଶିକ୍ଷା ନୀତିର ଅଂଶ ଭାବେ ଜାତୀୟ ସଂହତି ଏବଂ ସାମଗ୍ରିକ ଶିକ୍ଷାକୁ ପ୍ରିତ୍ସାହିତ କରିଥାଏ ଏବଂ କେନ୍ଦ୍ର ସରକାର ଙ୍କର ଏହି ଲୋକାଭିମୁଖୀ ଯୋଜନାକୁ ସମସ୍ତ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ଅପରାହ୍ନରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବହୁମୁଖୀ ଶିକ୍ଷା ବ୍ୟବସ୍ଥା କୁ ପ୍ରଶଂସା କରି ଏହି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶୃତି ଦେଇଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦୀପ୍ତି ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅତିଥି ଶିକ୍ଷକ ନଗେନ୍ଦ୍ର କୁମାର ସ୍ୱାଇଁ, ଶିକ୍ଷକ ସନ୍ତୋଷ କୁମାର ସାମଲ,ସୂର୍ଯ୍ୟକାନ୍ତ ସତପଥି, ସଚ୍ଚିତାନନ୍ଦ ପୁହାଣ, ପ୍ରିୟବ୍ରତ ପୃଷ୍ଟି, ସୁଦର୍ଶନ ସାହୁ, ଶିକ୍ଷୟିତ୍ରୀ ସସ୍ମିତା ସାହୁ, ଭଗବତୀ ସାହୁ, କିରଣବଳା ସାହୁ, ସାଇପ୍ରିୟା ସାହୁ, ପ୍ରଜ୍ଞା ଭୂୟାଁ, ଇତିଶ୍ରୀ ପ୍ରଧାନ, ପୂର୍ବତ୍ତନ ଛାତ୍ର କୃପା ସିନ୍ଧୁ ଦାସ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ l
