ସାମ୍ବାଦିକ ଙ୍କ ପିତୃ ବିୟୋଗରେ ଶୋକ
Alok Kumar Mohapatra | 04 Jan 2026 | 9 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ର ନନ୍ଦିଘୋଷ ଟିଭି ର ସାମ୍ବାଦିକ ଅରୁଣ କୁମାର ଓଝା ଙ୍କ ପିତା ବନମାଳୀ ଓଝା ଙ୍କ ୮୨ ବର୍ଷ ରେ ଦେହାନ୍ତ ହୋଇଯାଇଛି। ଗତ ଅଢେ଼ଇ ବର୍ଷ ମଧ୍ୟରେ ତାଙ୍କର ୪ ଥର ବ୍ରେନ୍ ଷ୍ଟୋକ ସହିତ ଗୋଟିଏ ଥର ହାର୍ଟ ଷ୍ଟ୍ରୋକ ମଧ୍ୟ ହୋଇଥିଲା। ଗତ ଦୁଇ ମାସ ତଳେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା ଏବଂ ସେ ସୁସ୍ଥ ଥିଲେ। ବନମାଳି ଓଝା ଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ପଞ୍ଚାୟତ ର ବୋରିକିନା ଗ୍ରାମରେ। ମାତ୍ର ୧୬ ବର୍ଷ ବୟସରୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସିଏ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ, ଜନତା ଦଳ ଓ ପରେ ବିଜୁ ଜନତା ଦଳର ପୁରୁଖା ନେତା ଭାବେ ବାଲିକୁଦା ବ୍ଲକ ର ଘରେ ଘରେ ପରିଚିତ ଥିଲେ। ଜଣେ ବିଶିଷ୍ଟ ସମାଜସେବୀ ଭାବେ ସେ ବେଶ୍ ପ୍ରତିଷ୍ଠିତ ଥିଲେ। ଗତ ଅଢେ଼ଇ ବର୍ଷ ହେଲା ସିଏ ପାରାଦ୍ଵୀପ ରେ ନିଜ ପୁଅ ନିକଟରେ ରହୁଥିଲେ ମଧ୍ୟ ତାଙ୍କର ସମାଜସେବା ଜାରି ରଖିଥିଲେ। ରବିବାର ସକାଳ ୮ ଟା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କର ଦେହାନ୍ତ ଖବର ଶୁଣି ପାରାଦ୍ଵୀପ ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ,ଯୁବନେତା ଆଲୋକ ମହାପାତ୍ର, ପ୍ରଶାନ୍ତ ରାଉତ, ହରିଶ୍ଚନ୍ଦ୍ର ଲେଙ୍କା, ସୁମନ୍ତ ସ୍ୱାଇଁ, ଶ୍ରମିକ ନେତା ରାକେଶ ପଟ୍ଟନାୟକ, ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ଭାଗୀରଥି ମଲ୍ଲିକ, ଶୁକଦେବ ଜେନା,ବିବେକାନନ୍ଦ ରାଉତ, ସିଦ୍ଧେଶ୍ୱର ସ୍ବାଇଁ, ସୁଧାଂଶୁ ନାୟକ, ରତ୍ନାକର ସ୍ୱାଇଁ, ପ୍ରୀତି ରଞ୍ଜନ ମହାପାତ୍ର,ସୁଦର୍ଶନ ବିଶ୍ୱାଳ, ପ୍ରଭାସ ଦାସ (ଲିପୁ) ଙ୍କ ସମେତ ବହୁ ସାମ୍ବାଦିକ ଶୋକବ୍ୟକ୍ତ କରିବା ସହିତ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ ଦେହକୁ ନିଜ ଗ୍ରାମ ବୋରିକିନା ନିଆଯାଇଥିଲା। ସେଠାରେ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ବରାଳ, ପ୍ରକାଶ ମିଶ୍ର, ପର୍ଶୁରାମ ଶତପଥୀ, ସାଧୁ ଚରଣ ସାହୁ, ସମାଜସେବୀ ଭିମସେନ ମୁଦୁଲି ଙ୍କ ସମେତ ବନ୍ଧୁ ଓ ପରିବାର ସଦସ୍ୟ ଙ୍କ ସହିତ ଶତାଧିକ ଲୋକ ଙ୍କ ଗ୍ରହଣରେ ଗ୍ରାମ ଶ୍ମଶାନ ରେ ସଂସ୍କାର କରାଯାଇଥିଲା। ତାଙ୍କର ଏକମାତ୍ର ପୁତ୍ର ଅରୁଣ କୁମାର ଓଝା ମୁଖାଅଗ୍ନୀ ଦେଇଥିଲେ। ତାଙ୍କର ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
