ମାଆ କେନ୍ଦୁଆଣୀ ସ୍ବେଚ୍ଛାସେବୀ ସାମାଜିକ ସଂଗଠନର ଅଭିନବ ଢ଼ଙ୍ଗରେ ନୂଆବର୍ଷ ପାଳନ
Alok Kumar Mohapatra | 03 Jan 2026 | 7 min read | 12 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୂନବେଲାରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କେନ୍ଦୁଆଣୀଙ୍କ ମନ୍ଦିର ପରିସରରେ ଚୂନ ଏବଂ କତକୁଲା ଗ୍ରାମର ଉଦୀୟମାନ ଯୁବକ ମାନଙ୍କ ଦ୍ଵାରା ମା କେନ୍ଦୁଆଣୀ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ନବବର୍ଷ ଅବସରରେ ଶତାଧିକ ଅସହାୟ ଗରିବ ଏବଂ ବୟସ୍କ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ଡା. କୁଳମଣୀ ସାମଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ସଂଜୟ କୁମାର ବେହେରା, ସମାଜସେଵୀ ପ୍ରହଲ୍ଲାଦ ଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶରତ କୁମାର ରାଉତ, ସାରସ୍ଵତ ପରିକ୍ରମା ସଭାନେତ୍ରୀ ଗୋଲାପ ରାଣୀ ସାହୁ, ଡା.ବିପନ ବିହାରୀ ସାମନ୍ତରାୟ , ନାଟ୍ୟକାର ରମେଶ ଚନ୍ଦ୍ର ତ୍ରିପାଠୀ, ଅଧ୍ୟାପିକା ପ୍ରଣତି ପଣ୍ଡା , ଗ୍ରାମର ମୂରବୀ କେଶବ ଚନ୍ଦ୍ର ବେହେରା,ନିମାଈ ଚରଣ ମହାପାତ୍ର ,ଅକ୍ଷୟ କୁମାର ମହାପାତ୍ର ଓ ପର୍ଶୁରାମ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ସଂଗଠନର ସଭାପତି ବାବାଜୀ ମହାପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂଗଠନର ସମ୍ପାଦକ ସାଗର ସାହୁ, ସହ ସମ୍ପାଦକ ଅନନ୍ତ ବିଶ୍ୱାଳ, ଚନ୍ଦ୍ରକାନ୍ତ ସ୍ଵାଇଁ , ପ୍ରକାଶ ଚନ୍ଦ୍ର ସାହୁ ଏବଂ ସଂଗଠନର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ। ଶତାଧିକ ବୟସ୍କ ମହିଳା ଓ ପୁରୁଷଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।ଏହାପରେ ମା କେନ୍ଦୁଆଣୀ ମନ୍ଦିର ପରିସରରେ ଶତାଧିକ ନଡ଼ିଆ, ନିମ୍ବ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଥିଲା । ଚୂନ ଓ କତକୁଲା ଗ୍ରାମର ପ୍ରାୟ ୪ ହଜାର ରୁ ଅଧିକ ଜନସାଧାରଣ ପଙ୍ଗତି ଭୋଜନ କରିଥିଲେ । ସ୍ଥାନୀୟ କଳାକାର ମାନେ ଅପରାହ୍ନରେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ହଜାର ହଜାର ଜନସାଧାରଣ ଉପଭୋଗ କରିଥିଲେ । ବୁଦ୍ଧିଜିବୀ ମହଲରେ ଏହି ଅଭିନବ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରାଯାଇଛି।
