ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ମରଣୀୟ ଦିବସ ପାଳିତ
Alok Kumar Mohapatra | 03 Jan 2026 | 6 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ଭୁତମୁଣ୍ଡାଇ ସ୍ଥିତ ଗ୍ରାମଦେବତୀ ମା'ବଜ୍ରବୁଢ଼ୀଙ୍କ ପ୍ରାଙ୍ଗଣରେ ୨୯ ମୌଜା ସଂଗଠନ ଆନୁକୂଲ୍ୟରେ ୧୯୬୨ ମସିହା ଜାନୁୟାରୀ ୨ ତାରିଖ ଦିନଟିକୁ କୁଜଙ୍ଗ ଅଞ୍ଚଳର ଏକ ସ୍ମରଣୀୟ ଦିବସ ରୂପେ ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁଶାନ୍ତ ଶେଖର ସ୍ୱାଇଁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଅଛି। ବୃହତ ବନ୍ଦର ନିର୍ମାଣର ଶିଳାନ୍ୟାସ ନିମିତ୍ତ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଅଞ୍ଚଳକୁ ଆଗମନ ସମୟରେ ଭୂତମୁଣ୍ଡାଇ ଠାରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ କୁଜଙ୍ଗସ୍ଥ ବନବିହାରୀ ହାଇସ୍କୁଲ ପଡିଆ ଠାରେ ଦେଇଥିବା ଅଭିଭାଷଣ ଆଜି ଜନମାନସରେ ଗୁଞ୍ଜରିତ ହେବାରେ ଲାଗିଛି। ଦୀର୍ଘ ବର୍ଷ ହେଲାଣି ଅଞ୍ଚଳବାସୀଙ୍କ ସ୍ବପ୍ନର ବୃହତ ପାରାଦ୍ୱୀପ ବନ୍ଦର ନିର୍ମାଣ ନିମିତ୍ତ ନଦୀ,ନାଳ,ଜମି,ଜଙ୍ଗଲ(୬୭୮୪ ଏକର) ତ୍ୟାଗ କରିଥିଲେ ମଧ୍ୟ୍ୟ ସରକାର ବୃହତ ବନ୍ଦରକୁ ପୂର୍ଣ୍ଣାଙ୍ଗ କରିପାରିନାହାଁନ୍ତି। ଯାହାକି ସରକାରଙ୍କର ପାରିବାପଣିଆ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି। ବନ୍ଦର ନିର୍ମାଣ ସ୍ଥାନରେ ବେଆଇନ ଭାବେ କିଭଳି ପରିବେଶ ହତ୍ୟାକାରୀ ଶିଳ୍ପ ପ୍ରତିଷ୍ଠା ହେଲାବୋଲି ବକ୍ତାମାନେ ସରକାରଙ୍କୁ ସ୍ମୃତିସଭା ମାଧ୍ୟମରେ ପ୍ରଶ୍ନକରି, ବୃହତ ବନ୍ଦରର ସ୍ୱୀକୃତିପ୍ରାପ୍ତ ନକ୍ସା(ଡ୍ରଇଂ)ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସହଦେଵ ସ୍ୱାଇଁ, କେଳୁ ଚୌଧୁରୀ, ମନୋଜ ମହାପାତ୍ର, ନିକୁଞ୍ଜ ରଣା, ଦିଲ୍ଲୀପ ସ୍ୱାଇଁ, କୁମାରବର ସାହୁ, ସୁରେଶ ଖଟେଇ, ରଞ୍ଜନ ମାଝୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
