କାନମାସ ର ରଜତ ଜୟନ୍ତୀରେ ୨୬ ବର୍ଷ ନାଟ୍ୟ ଆନ୍ଦୋଳନ ଉପରେ ଆଲୋକପାତ
Alok Kumar Mohapatra | 03 Jan 2026 | 8 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପର ସାହିତ୍ୟ, ନାଟକ ତଥା ସାଂସ୍କୃତିକ ଅନୁଷ୍ଠାନ କାନମାସ ତାର ୨୬ତମ ପ୍ରତିଷ୍ଠା ଦିବସ ଗତ ଜାନୁଆରୀ ୨ ତାରିଖ ଶୁକ୍ରବାର ଦିନ ଅଫିସ କାର୍ଯ୍ୟାଳୟ ପରିସରରେ ପାଳନ କରିଥିଲା। ଅନୁଷ୍ଠାନର ସଭାପତି କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, ବିଶିଷ୍ଟ ନାଟ୍ୟବିତ୍ତ ସୁବୋଧ ପଟ୍ଟନାୟକ, କବି ଦୀପ୍ତି ଖଣ୍ଡୁଆଳ, ବନ୍ଦର ସିଏମଇ ସୁଶିଲ ନାହାକ, ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବି.ବି.ଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାନମାସର ଦିର୍ଘ ୨୬ ବର୍ଷର ଯାତ୍ରା ଉପରେ ଆଲୋକପାତ କରିଥିଲେ । ଅତିଥି ମାନେ କହିଥିଲେ କି କେବଳ ପାରାଦୀପ ସହରରେ ନୁହେଁ ସାରା ରାଜ୍ୟରେ ନାଟ୍ୟ ଚେତନା ଜାଗ୍ରତ କରିବା, ନାଟ୍ୟ ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଏବଂ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ କାନମାସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସର୍ବ ପ୍ରଥମେ କାନମାସର ସମ୍ପାଦକ ଶ୍ରୀମନ୍ ନାରାୟଣ ମିଶ୍ର କାନମାସର ଏହି ୨୬ ବର୍ଷ ଯାତ୍ରା ସମ୍ବନ୍ଧରେ ବିବରଣୀ ଉପସ୍ଥାପନା କରିଥିଲେ । ସେ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ । ଉଲ୍ଲେଖ ଥାଉକି ଚାଳିତ ବର୍ଷ ଦିଲ୍ଲି ଠାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଦ୍ଵାରା ଆୟୋଜନ ହେଉଥିବା ରଙ୍ଗ ମହୋତ୍ସବରେ ନାଟକ ପରିବେଷଣ କରିବା ପାଇଁ କାନମାସ ମନୋନୀତ ହୋଇଛି ଓ ରଙ୍ଗ ମହୋତ୍ସବର କିଛି ନାଟକ ପାରାଦୀପ ସହରରେ ମଧ୍ୟ ପରିବେଶୀତ ହେବ ଯାହାକି ଏକ ଗୌରବର ବିଷୟ । ଏହି ଅବସରରେ ସର୍ବ ପ୍ରଥମେ କବିତା ପାଠ କରାଯାଇଥିଲା। ପରେ ପରେ ଅନୁଷ୍ଠାନରେ ନାଟ୍ୟ ଶିକ୍ଷା ଲାଭ କରିଥିବା ନୂତନ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସୃତି ନାଟକ ଯଯାତି ପରିବେଷଣ କରାଯାଇଥିଲା । କାନମାସ ତରଫରୁ ବିଶିଷ୍ଟ ନାଟ୍ୟବିତ୍ ସୁବୋଧ ପଟ୍ଟନାୟକ, କବି ଦୀପ୍ତି ଖଣ୍ଡୁଆଳ, ପାରାଦୀପ ମ୍ୟୁନିସିପାଲଟିର ଅଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାନମାସର ସମ୍ପାଦକ ଶ୍ରିମନ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
