ବିକାଶ ରଥ କୁ ନେଇ ପାରାଦ୍ୱୀପ ରେ ଉପୁଜିଲା ବିବାଦ
pragyansila bureau | 19 Jun 2025 | 7 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ରାଜ୍ୟ ସରକାର ଙ୍କ ବିକାଶ ରଥ ବୁଲିବାକୁ ନେଇ ପାରାଦ୍ଵୀପରେ ସୃଷ୍ଟି ହୋଇଛି ବିବାଦ। ପାରିଷଦ ଙ୍କ ନାମରେ ଏତଲା ଦେଇଛନ୍ତି ପୈାର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ। ଏତଲାରେ ସିଏ ବିକାଶ ରଥ କାର୍ଯ୍ୟକ୍ରମ କୁ ନେଇ ୧୬ ନମ୍ବର ଓ୍ବାର୍ଡ ର ପାରିଷଦ ମନୋଜ କୁମାର ନାୟକ ପୈାର ପରିଷଦ ର କର୍ମଚାରୀ ସୁଲେଖ୍ୟ ମିଶ୍ର ଙ୍କୁ ଗାଳିଗୁଲଜ କରିବା ଓ ବିକାଶ ରଥ ବୁଲିବାରେ ବାଧା ସୃଷ୍ଟି କରିଥିବା ଦର୍ଶାଇଛନ୍ତି। ତେବେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ନିର୍ବାହୀ ଅଧିକାରୀ ମନା କରିଥିବା ବେଳେ,ଏହି ଘଟଣାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପାରିଷଦ। ୧୩ ତାରିଖରେ ବିକାଶ ରଥ ୧୬ ନମ୍ବର ଓ୍ବାର୍ଡ ରେ ବୁଲିବା ପାଇଁ ମୋତେ ଚିଠି ହୋଇଥିଲା , ମୁଁ ଲୋକ ଯୋଗାଡ଼ କରିଥିଲି। ମାତ୍ର ମୋତେ କୈାଣସି ସୂଚନା ନ ଦେଇ ପ୍ରୋଗ୍ରାମ କୁ ବାତିଲ କରି ୧୬ ତାରିଖରେ ପ୍ରୋଗ୍ରାମ ହେବ ବୋଲି ପୁଣି ଖରାବେଳେ ମେସେଜ କଲେ , ମାତ୍ର ଏଠାରେ ପ୍ରୋଗ୍ରାମ ନକରି ୧୪ ନମ୍ବର ଓ୍ବାର୍ଡରେ କରିଥିଲେ। ଯାହା ବିଷୟରେ ମୁଁ ଚିଠି ଦେଇଥିବା ଅଧିକାରୀ ସୁଲେଖ୍ୟ ମିଶ୍ର ଙ୍କୁ ପଚାରିଥିଲି। ଏଥିରେ ମୋର କ'ଣ ଭୁଲ୍ ରହିଲା ମୁଁ ଜାଣିନି କି ଏତଲା କ'ଣ ଦିଆଯାଇଛି ତାହା ମଧ୍ୟ ଜାଣିନି। ଏହା ହେଉଛି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଏକ ସ୍ବତନ୍ତ୍ର ଚାଲ୍। ପ୍ରୋଗ୍ରାମ ପାଇଁ ଆସୁଥିବା ଟଙ୍କା ପ୍ରୋଗ୍ରାମ ରେ ସାମିଲ ହେଉଥିବା ଲୋକଙ୍କ ପାଇଁ ଖର୍ଚ କରିବା କଥା। ମୋ ଓ୍ବାର୍ଡ ରେ ଲୋକ ଅଧିକ ହେଲେ ଟଙ୍କା ବଳିବ ନାହିଁ, ତେଣୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏପରି କରୁଛନ୍ତି ବୋଲି ସେ ପ୍ରକାଶ କରିବା ସହିତ ଟଙ୍କା ଖାଇବା ପାଇଁ ପୈାର ପରିଷଦ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିନ ଚକ୍ରାନ୍ତ କରୁଥିବା ପାରିଷଦ ପ୍ରକାଶ କରିଛନ୍ତି।
